କାଠ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାରେ ଦମକଳ ବାହିନୀ ନିୟୋଜିତ

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ ୧୪।୧୨:  ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଥିବା ଏକ କାଠ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଗୋଦାମରେ ନିଆଁ ଲାଗିଥିବାର ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୨୧ଗାଡି ନିଆଁକୁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

wp:core-embed/twitter {"url":"https://twitter.com/ANI/status/1205649169731293185","type":"rich","providerNameSlug":"twitter","className":""}
https://twitter.com/ANI/status/1205649169731293185
/wp:core-embed/twitter

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ପୂର୍ବରୁ ନୂଆଦିଲ୍ଲୀର  ରାଣୀ ଝାନ୍ସି ରୋଡରେ ଥିବା ଏକ ଶସ୍ୟ ମଣ୍ଡିରେ ଭୀଷଣ ନିଆଁ ଲାଗି ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ କାରଖାନାର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.