Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଲୁଧିଆନା ଜେଲରେ ୨ ଗୋଷ୍ଠୀ ବନ୍ଦୀଙ୍କ ମଧ୍ୟରେ ଝଗଡା ବେଳେ ଲାଗିଲା ନିଆଁ, ଫେରାର ୪ ବନ୍ଦୀ ଗିରଫ

27/06/2019 at 3:30 PM

ଲୁଧିଆନା ୨୭।୬ : ପଞ୍ଜାବର ଲୁଧିଆନା ଜେଲରେ ଗୁରୁବାର ୨ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।  ତେବେ କୈଦୀଙ୍କ ମଧ୍ୟରେ ସଂଘର୍ଷର କାରଣ ଜଣାପଡିନଥିବା ବେଳେ କାରଗାର ବିଭାଗ କର୍ତ୍ତୃପକ୍ଷ ଜେଲରେ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରିଛନ୍ତି। କୈଦୀଙ୍କ ମଧ୍ୟରେ ସଂଘର୍ଷ ବେଳେ ଜେଲରେ ଅଗ୍ନିକାଣ୍ଡ ଘଟିବା ପରିସ୍ଥିତିକୁ  ଅଧିକ ଜଟିଳ କରିଦେଇଥିଲା। ତେବେ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି।

ଲୁଧିଆନା ଜେଲେ କୈଦୀଙ୍କ ମଧ୍ୟରେ ସଂଘର୍ଷ ଓ ଅଗ୍ନିକାଣ୍ଡ ଉଭୟ ପୃଥକ ଘଟଣା। ତେବେ ଉଭୟ ଘଟଣାର କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ କାରାଗାର ସୁରକ୍ଷା କଡାକଡି କରାଯାଇଛି। ଅନ୍ୟପକ୍ଷରେ ପରିସ୍ଥିତିର ସୁଯୋଗ ନେଇ ଜେଲରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ୪ ଜଣ କୈଦୀଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଜେଲକୁ ପଠାଇ ଦିଆଯିବ ବୋଲି କହିଛି ଲୁଧିଆନା ପୋଲିସ।

ନିକଟରେ ପାଟିଆଲାରେ ସ୍ଥାପିତ ନୂଆ ନାଭା ଜେଲରେ ବନ୍ଦୀ ଜଣେ କୈଦୀଙ୍କୁ ଅନ୍ୟ କୈଦୀମାନେ ମିଶି ହତ୍ୟା କରିଥିଲେ। ମୃତ ବନ୍ଦୀ ମହିନ୍ଦରପାଲ ବିଟ୍ଟୁଙ୍କୁ ଡେରା ସଚ୍ଚା ସୌଦାର ଅନୁଗାମୀ ଜେଲରେ ହତ୍ୟା କରିଥିଲେ। ମୃତ ବିଟ୍ଟୁ ବରଗାଡୀ ଗୁରୁ ଗ୍ରନ୍ଥ ସାହିବଙ୍କୁ ଅବମାନନା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ବେଳେ ବନ୍ଦୀଙ୍କ ସଡଯନ୍ତ୍ର ଓ ହତ୍ୟାର ଶିକାର ହୋଇଥିଲେ । ଘଟଣାକୁ ନେଇ ପଞ୍ଜାବ ଜେଲ ବିଭାଗ ଏବେ କାଠଗଡାରେ ଛିଡା ହୋଇଥିବା ବେଳେ ଗୁରୁବାରର ଘଟଣା ନୂଆ ସମସ୍ୟା ସୃଷ୍ଟି କରିଛି।

   Related Posts