ସାବୁନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ କାର୍ଯ୍ୟରତ ଶ୍ରମିକ
3/01/2021 at 4:10 PM

କାନପୁର ୦୩/୦୧ : ରବିବାର ସକାଳୁ କାନପୁର ଦେହାତ ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଥିବା ଏକ ସାବୁନ କାରଖାନାରେ ହଠାତ ନିଆଁ ଲାଗିଗଲା। ଦେଖୁ ଦେଖୁ ନିଆଁ ବ୍ୟାପି ଯାଇଥିଲା। କାରଖାନାରେ ନିଆଁ ଲାଗିବା ସମୟରେ କାରଖାନାରେ ଦୁଇ ଡଜନରୁ ଅଧିକ ଶ୍ରମିକ କାମ କରୁଥିଲେ। ନିଆଁ ଲାଗିବା ପରେ କାରଖାନାରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଜୀବନ ବଞ୍ଚାଇବାକୁ ଶ୍ରମିକମାନେ କାରଖାନାରୁ ବାହାରକୁ ଦୌଡ଼ିଥିଲେ।
କାରଖାନାରେ ନିଆଁ ଲାଗିବା କ୍ଷଣି ଶ୍ରମିକମାନେ ନିଜ ସ୍ଥରରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ଏତେ ଵିକରାଳ ରୂପ ନେଇଥିଲା ଯେ ଶ୍ରମିକମାନେ ନିଆଁ ଲିଭାଇବାରେ ଅସଫଳ ହୋଇଥିଲେ। ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କାରଖାନାରେ ରଖାଯାଇଥିବା ଏକ ମେସିନରେ ନିଆଁ ଲାଗିଥିଲା।
ବହୁ ଉଦ୍ୟମ ପରେ ନିଆଁକୁ କାବୁ କରାଯାଇଥିଲା। ଅଗ୍ନିଶମ ଅଧିକାରୀ ସୁରେନ୍ଦ୍ର କୁମାର ସିଂହ କହିଛନ୍ତି ଯେ କାରଖାନାରେ ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ। ତେବେ ଏହାର ତଦନ୍ତ ଆରମ୍ଭ ହୋଇଛି। ଅଧିକାରୀ କହିଛନ୍ତି ଯେ କାରଖାନାରେ ନିଆଁରୁ ଉଦ୍ଧାର ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ନିଆଁକୁ କାବୁ କରିବାକୁ କାରଖାନାରେ କୌଣସି ଉପକରଣ ନାହିଁ। ସେଥିପାଇଁ କାରଖାନା ସଞ୍ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।