Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଆର୍ମି କ୍ୟାଣ୍ଟିନରେ ଭୟାବହ ଅଗ୍ନିକାଣ୍ଡ : ୮ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କଲେ

31/05/2020 at 1:05 PM

ନୂଆଦିଲ୍ଲୀ ୩୧/୦୫ : ଦିଲ୍ଲୀ କେଣ୍ଟ ସଦର ବଜାର ଅଞ୍ଚଳରେ ଥିବା ସେନା କ୍ୟାଣ୍ଟିନରେ ହଠାତ ନିଆଁ ଲାଗି ଯାଇଥିଲା | ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ପାଖାପାଖି ୪୫ ମିନିଟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା | ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ଅଗ୍ନିକାଣ୍ଡ ସମୟରେ କ୍ୟାଣ୍ଟିନ ବନ୍ଦ ଥିବା ଜଣାପଡିଛି | ଫଳରେ କ୍ୟାଣ୍ଟିନ ଭିତରେ କେହି ଉପସ୍ଥିତ ନଥିଲେ | ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ସେନା ଓ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ | ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ | ପୋଲିସ, ସେନା ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଅଗ୍ନିକାଣ୍ଡ ସମ୍ପର୍କରେ ଯାଞ୍ଚ କରୁଛନ୍ତି | ତେବେ କ୍ୟାଣ୍ଟିନରେ ଥିବା ଜିନିଷ ପୋଡି ଯାଇଛି |

ଅଗ୍ନିଶମ ବାହିନୀ ସୂଚନା ଅନୁଯାୟୀ, ସକାଳ ପାଖାପାଖି ୯ଟା ସମୟରେ ଦିଲ୍ଲୀ କେଣ୍ଟ ସ୍ଥିତ ସଦର ବଜାର ସ୍ଥିତ ସେନା କ୍ୟାଣ୍ଟିନରେ ନିଆଁ ଲାଗିଥିବା ଖବର ମିଳିଥିଲା | ସୂଚନା ପାଇ ଅଗ୍ନିଶମ ବିଭାଗର ଦୁଇଟି ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ | ପୋଲିସ ଟିମ ପହଞ୍ଚି କ୍ୟାଣ୍ଟିନ ନିକଟସ୍ଥ କୋଠା ଖାଲି କରିବା ଆରମ୍ଭ କରିଥିଲେ | ଅଗ୍ନିଶମ ବିଭାଗର ଦୁଇଟି ଟେଣ୍ଡର ନିଆଁ ଲିଭାବରେ ଅସମର୍ଥ ହେବା ପରେ ଆଉ ୬ଟି ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚିଥିଲା | ପାଖାପାଖି ୪୫ ମିନିଟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା |

ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ଅନୁଯାୟୀ, ଘଟଣାରେ କେହି ଆହତ ହୋଇନାହାନ୍ତି | ଅଗ୍ନିକାଣ୍ଡର କାରଣ ପତା କରିବା ସହ ହୋଇଥିବା କ୍ଷତିର ଆକଳନ ମଧ୍ୟ ଆରମ୍ଭ କରାଯାଇଛି |

ଏହା ପୂର୍ବରୁ ମେ ୨୬ ତାରିଖରେ ରାଜଧାନୀ ଦିଲ୍ଲୀ ବିକାଶପୁରୀ ଅଞ୍ଚଳରେ ଏକ ଅଫିସରେ ନିଆଁ ଲାଗିଥିଲା | ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ | କିନ୍ତୁ ତା ପୂର୍ବରୁ ଅଫିସରେ ଥିବା ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା | ଘଟଣାରେ ମୂରାରୀଲାଲ ନାମକ ଜଣେ ଦମକଳ ଅଧିକାରୀ ଆହତ ହୋଇଥିଲେ |

   Related Posts