କୋଷ୍ଟଗାର୍ଡ ଜାହାଜରେ ଅଗ୍ନିକାଣ୍ଡ, ୧ ନିଖୋଜ, ୨୮ ଉଦ୍ଧାର
12/08/2019 at 3:10 PM

ବିଶାଖାପାଟଣା : ସୋମବାର ସ୍ଥାନୀ ସମୟ ଦିନ ପ୍ରାୟ ସାଢେ ୧୧ଟା ବେଳେ ବିଶାଖାପାଟଣା ଉପକୂଳରେ ତଟରକ୍ଷୀ ବାହିନୀ( କୋଷ୍ଟ ଗାର୍ଡ)ର ଏକ ଜାହାଜରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡ ବେଳେ ଜାହାଜରେ ୨୯ ଜଣିଆ ଚାଳକଦଳ ଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣକର ପତା ମିଳୁ ନାହିଁ।

ଅନ୍ୟ ଏତ ତଟ ରକ୍ଷୀ ଜାହାଜ ‘ଡାଗୁଆର’ ଡିଷ୍ଟ୍ରେସ ସିଗ୍ନାଲ ପାଇ ଘଟଣାସ୍ଥଳରେ ପହଞ୍ଚି ଜାହାଜରୁ ନିଆଁଲିଭାଇବାକୁ ଉଦ୍ୟମ କରିବା ସହ ଚାଳକଦଳ ସଦସ୍ୟଙ୍କୁ ଉଦ୍ଧାର କରିଛି। ତେବେ ଚାଳକ ଦଳର ଜଣେ ସଦସ୍ୟଙ୍କର କୌଣସି ଖୋଜ ଖବର ମିଳୁ ନାହିଁ। ନିଆଁଲାଗିବାର କାରଣ ଜଣାପଡିନି। ତେବେ ନିଆଁ ଆୟତ୍ତ ହେବା ପରେ ଜାହାଜ ଭିତର ତଲାସୀ ନିଆଯିବା ସହ ନିଖୋଜ ସଦସ୍ୟଙ୍କ ସନ୍ଧାନ କରାଯିବ ବୋଲି କୁହାଯାଇଛି।