ରାଜଧାନୀର ଏକ କୋଠାରେ ପୁଣି ଅଗ୍ନିକାଣ୍ଡ

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ ୨୭।୧୨: ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀର ସଦର ବଜାରରେ ଥିବା ଏକ କୋଠାରେ ଭୟାବହ ନିଆଁ ଲାଗିଛି । ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀର ୬ଟି ଦମକଳ ବାହିନୀ ନିୟୋଜିତ ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିକାଣ୍ଡରେ କୌଣସି ମୃତାହତର ଖବର ନାହିଁ । ତେବେ ଦିଲ୍ଲୀରେ କିଛିଦିନ ତଳେ କିରାଢି ଅଞ୍ଚଳରେ ଏକ କପଡା ଗୋଦାମରେ  ନିଆଁ ଲାଗି ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକା ଆହତ ହୋଇଥିଲେ । ସେହିପରି ଦିଲ୍ଲୀର ରାଣୀ ଝାନ୍ସି ରୋଡରେ ଶସ୍ୟ ମଣ୍ଡିରେ  ନିଆଁ ଲାଗି ୪୩ଜଣଙ୍କ ମୃତ୍ୟୁ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.