Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||

ବାଂଲାଦେଶ ଢାକାରେ ଭୟାବହ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

29/03/2019 at 8:27 AM

ଢାକା ୨୯|୩ :  ବାଂଲାଦେଶର ରାଜଧାନୀ ଢାକାରେ ବନାନୀ ଅଞ୍ଚଳରେ ଥିବା ୨୨ମହଲା ବିଶିଷ୍ଟ ଏଫଆର ଟାଓ୍ବାର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା  ୨୦ରେ ପହଞ୍ଚିଛି । ଗତକାଲି ଦିନ ଗୋଟାଏ ବେଳେ ଏହି ବହୁତଳ ବିଶିଷ୍ଟ ଟାଓ୍ବାରର ଷଷ୍ଠ ମହଲାରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରେ ଶ୍ରୀଲଙ୍କା ନାଗରିକ ମଧ୍ୟ ଅଛନ୍ତି । ଅଗ୍ନିକାଣ୍ଡରୁ ହେଲିକାପ୍ଟର ଯୋଗେ ୧୦୦ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

୨୨ମହଲା ବିଶିଷ୍ଟ ଏଫଆର ଟାଓ୍ବାରର ୬ଷ୍ଠ ମହଲାରେ ଗତକାଲି ନିଆଁ ଲାଗିଯିବା ପରେ ନିଆଁ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା । ଟାଓ୍ବାରରେ ଥିବା ଲୋକମାନେ ଆତଙ୍କିତ ହୋଇ ଝରକା ପଟେ ଜୀବନ ରକ୍ଷା ଲାଗି ସାହାଯ୍ୟ କରିବା ପାଇଁ ଚିତ୍କାର କରିଥିଲେ । କିନ୍ତୁ କୌଣସି ସାହାଯ୍ୟ ତୁରନ୍ତ ନମିଳିବାରୁ କିଛି ଲୋକ ଜୀବନ ବିକଳରେ ତଳକୁ ଡେଇଁ ପଡିଥିଲେ । ଡେଇଁ ପଡିବା ଯୋଗୁଁ ୭ଜଣଙ୍କର ମୃତ୍ୟୁ ହୋଇଥିଲା । ଟାଓ୍ବାର ଭିତରୁ ୧୩ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଏବେ ମଧ୍ୟ  ଟାଓ୍ବାର ଭିତରେ କିଛି ଶବ ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ଢାକାରେ ଥିବା ସାମରିକ ହସସ୍ପିଟାଲରେ ଚିକିତ୍ସା କରାଯାଉଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡ ଘଟିଥିବା ଏଫାଆର ଟାଓ୍ବାରର ଷଷ୍ଠ ମହଲାରେ କିଛି ଲୁଗା ଦୋକାନ ଓ ଇଣ୍ଟରନେଟ୍ ସେବା କେନ୍ଦ୍ର ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗତକାଲି ଅପରାହ୍ନରେ ଏଫଆର ଟାଓ୍ବାରର ଉପର ମହଲା ଝରକାରୁ କିଛି ଲୋକ ସାହଯ୍ୟ ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଆଖପାଖ ଅଞ୍ଚଳର ଲୋକେ ଏକ ଟିଭି କେବୁଲ ସଂପୃକ୍ତ ମହଲା ପାଖକୁ ଛିଡାଇ ପକାଇଦେଇଥିଲେ । ଏହି କେବୁଲକୁ ଧରି କିଛି ଲୋକ ତଳକୁ ଖସିଆସିବାରେ ସକ୍ଷମ ହୋଇଥିଲେ ।

ତେବେ ସମସ୍ତଙ୍କ ଭାଗ୍ୟ ସମାନ ନଥିଲା । କିଛି ଲୋକ ମଧ୍ୟ କେବୁଲ ଧରି ଓହ୍ଲାଇବା ବେଳେ ତଳକୁ ଖସି ପଡିଥିଲେ । ଢାକା ଅଗ୍ନିଶମ ସେବା ଓ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଜୁଲଫିକର ରହମାନଙ୍କ ସୂଚନା ଅନୁସାରେ ହେଲିକାପ୍ଟର ଓ ସିଡି ମାଧ୍ୟମରେ ଟାଓ୍ବାର ଭିତରୁ ଶହେ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ କର୍ମଚାରୀମାନେ ପ୍ରତି ମହଲାର ଟିକିନିଖି ଯାଞ୍ଚ କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ ଆଶଙ୍କା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାସରେ ଢାକାର ସବୁଠୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଚୌକ ବଜାରରେ ଥିବା ଏକ ଆପାର୍ଟମେଣ୍ଟ ଓ ସାର ଗୋଦାମରେ ନିଆଁ ଲାଗି ୧୧୦ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ୫ଦିନ ପୂର୍ବରୁ ଚଟଗାଓଁରେ ଥିବା ଏକ ବସ୍ତିରେ ନିଆଁ ଲାଗିଯିବା ଯୋଗୁଁ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା ।

   Related Posts