ରୋଷେଇ ଗ୍ୟାସରୁ ଅଗ୍ନିକାଣ୍ଡ: ମହିଳା ଜୀବନ୍ତ ଦଗ୍ଧ

Published By : Prameya-News7 Bureau | September 06, 2020 IST

ଢେଙ୍କାନାଳ ୦୬।୦୯: ନିଆଁରେ ଜଳି ଜଣେ ଗର୍ଭବତୀ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରୋଷେଇ ଘରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପୁଲିସ ମୃତଦେହକୁ ଜବତ କରିଛି । ଢେଙ୍କାନାଳ ସହରର ଜୟଗୋପାଳସାହିରେ ଘଟିଛି ଏହି ଅଘଟଣ । ମୃତ ମହିଳା ଜଣଙ୍କ 22ବର୍ଷୀୟ ବିଦୁଲତା ଦେହୁରୀ  ଓ ସେ ମୁକେଶ ଦଳେଇଙ୍କ ପତ୍ନୀ ବୋଲି ଜଣାପଡିଛି ।  ଟାଉନ ପୁଲିସ ପହଂଚି ପୁଲିସ ଫରେନ୍ସିକ  ଟିମ ମାଧ୍ୟମରେ ତଦନ୍ତ ଜାରି  ରଖିଛି ।

ଗତ ଡିସେମ୍ବର ୨୦୧୯ରେ  ମୁକେଶ ଦଳେଇଙ୍କୁ ବିବାହ କରିଥିବା ବେଳେ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡିଛି ।  ରୋଷେଇ ଗ୍ୟାସରୁ ଲୁଗାରେ ନିଆଁ ଯୋଗୁଁ ପୋଡିହୋଇ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ଘରେ କେହି ନଥିବାବେଳେ ଏପରି ଅଘଟଣ ଘଟିଥିବା ମୃତ ମହିଳାଙ୍କ ସ୍ୱାମୀ ପ୍ରକାଶ କରୁଛନ୍ତି । ତେବେ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ଓ ଏସଡ଼ିପିଓ ପ୍ରମୁଖ  ଆସି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.