ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ୧୪ଟି ଦମକଳଗାଡି ନିୟୋଜିତ

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୭।୨: ରାଜଧାନୀ ଦିଲ୍ଲୀ ବିଜଓ୍ବାସନ ସ୍ଥିତ ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ ୧୪ଟି ଦମକଳଗାଡି ନିୟୋଜିତ ହୋଇଛି । ଅଗ୍ନିକାଣ୍ଡ ଫଳରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସଂପର୍କରେ କିଛି ସ୍ପଷ୍ଟ ଜଣାପଡିନାହିଁ ।

{"id":221200,"width":576,"height":389,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ବିଜଓ୍ବାସନ ସ୍ଥିତ ଏକ ଗୋଦାମରେ ନିଆଁ ଲାଗିଯାଇଛି । ନିଆଁ ଲାଗିଥିବାର ଦେଖି ସ୍ଥାନୀୟଲୋକ ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୪ଟି ଗାଡି ପହଞ୍ଚିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.