Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ବୈଷ୍ଣୋ ଦେବୀ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ : ଟଙ୍କା ଏବଂ କାଗଜପତ୍ର ପୋଡି ପାଉଁଶ

8/06/2021 at 7:10 PM

ଜାମ୍ମୁ ୦୮/ ୦୬ : ଜାମ୍ମୁ କାଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରେସାଇ ଜିଲ୍ଲାରେ ଥିବା ବୈଷ୍ଣୋ ଦେବୀ ମନ୍ଦିରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।
ସୂଚନା ଅନୁଯାୟୀ, ଅପରାହ୍ନ ୪ଟା ୧୫ରେ ପ୍ରସିଦ୍ଧ ବୈଷ୍ଣୋ ଦେବୀ ମନ୍ଦିରରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ସନ୍ଧ୍ୟା ପ୍ରାୟ ୫ଟା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରିବାକୁ ସକ୍ଷମ ହୋଇଥିଲେ । ବୈଷ୍ଣୋ ଦେବୀ ମନ୍ଦିରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ଅଗ୍ନିକାଣ୍ଡରେ ମନ୍ଦିରର କିଛି କାଗଜ ପତ୍ର ଏବଂ କିଛି ଟଙ୍କା ମଧ୍ୟ ପୋଡିଯାଇଛି । ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ରେସାଇ ଜିଲ୍ଲାପାଳଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । ତେବେ ପ୍ରକୃତରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

   Related Posts