ମୁମ୍ବାଇ ଏକ୍ସଚେଞ୍ଜ ବିଲଡିଂରେ ନିଆଁ, ଏହି ବିଲଡିଂରେ ରହିଛି ଏନସିବି କାର୍ଯ୍ୟାଳୟ

Published By : Prameya-News7 Bureau | September 21, 2020 IST

ମୁମ୍ବାଇ ୨୧/୦୯ : ମୁମ୍ବାଇ ବଲ୍ଲାଡ ସ୍ଥିତ ଏକ୍ସଚେଞ୍ଜ ବିଲଡିଂରେ ସୋମବାର ଅପରାହ୍ନରେ ନିଆଁ ଲାଗିଛି । ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି କାର୍ଯ୍ୟାଳୟ ମଧ୍ୟ ଏହି ବିଲଡିଂରେ ରହିଛି । ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଲୋକଙ୍କୁ ବିଲଡିଂରୁ ବାହାରକୁ ବାହାର କରାଯାଉଛି । କୌଣସି ବ୍ୟକ୍ତି ହତାହତ ହୋଇଥିବା ସୂଚନା ନାହିଁ । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ମୁମ୍ବାଇ ଏକ୍ସଚେଞ୍ଜ ବିଲଡିଂର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ମୁମ୍ବାଇ ପୋଲିସର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.