Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେଡିକାଲ୍ ଏଜେନ୍ସିରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଔଷଧ

7/02/2019 at 3:38 PM

ମାଲକାନଗିରି ୭|୧: ମାଲକାନଗିରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଜଳିଯାଇଛି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଔଷଧ । ସୂଚନା ଅନୁସାରେ ଜିଲ୍ଲାରେ ଥିବା ଔଷଧ ବିତରକ ସୁବ୍ରତ ମେଡିକାଲ ଏଜେନ୍ସିରେ ଆଜି ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା । ତେବେ ଗୋଦାମ ଭିତରେ ବ୍ୟାପକ ପରିମାଣର କାର୍ଟୁନ ଓ ଏଥିରେ ରହିଥିବା ଔଷଧ ଓ କେମିକାଲରେ ନିଆଁ ଲାଗିବା ପରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ପରେ ଖବର ପାଇ ଦମକଳ ବିଭାଗର ୪ଟି ନିଆଁ ଲିଭା ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା ।

ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଏହାକୁ ଆୟତ କରିବା ଲାଗି ଦମକଳ ବାହିନୀକୁ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା । ଏହି ସମୟରେ ସହରର ରାସ୍ତା ଘାଟ ଜାମ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକକୁ ନିୟନ୍ତ୍ରଣ କରିଥିଲା । ଅଗ୍ନିକାଣ୍ଡରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଥିବା ଉଭୟ ବିତରକ ଓ ଦମକଳ ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts