କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ : ନିଆଁ ଆୟତ୍ତ କରିବାକୁ ୧୦ଟି ଦମକଳ ନିୟୋଜିତ

Published By : Prameya-News7 Bureau | June 28, 2020 IST

ଗାଜିଆବାଦ ୨୮/୦୬ : ଉତ୍ତର ପ୍ରଦେଶ ଗାଜିଆବାଦ କବିନଗର ଥାନା ଅନ୍ତର୍ଗତ ପାଣ୍ଡଵ ନଗର ଅଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି | ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ଗାଡି ସ୍ଥାନୀୟ ଅଞ୍ଚଳରେ ପହଞ୍ଚିଛି | କିନ୍ତୁ ଏବେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ | ପାଣ୍ଡଵ ନଗର ଅଞ୍ଚଳ ପ୍ଲଟ ନମ୍ବର ୩୨୦ ରେ ତିଆରି ହୋଇଥିବା କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି | ନିଆଁ ଯୋଗୁ ପୁରା ଅଞ୍ଚଳରେ ଧୂଆଁ ବ୍ୟାପି ଯାଇଛି | ପାଖାପାଖି ୨ଟା ସମୟରେ ଅଗ୍ନିଶମ ବିଭାଗକୁ ନିଆଁ ଲାଗିଥିବା ସୂଚନା ଦିଆଯାଇଥିଲା |ଗାଜିଆବାଦ ୨୮/୦୬ : ଉତ୍ତର ପ୍ରଦେଶ ଗାଜିଆବାଦ କବିନଗର ଥାନା ଅନ୍ତର୍ଗତ ପାଣ୍ଡଵ ନଗର ଅଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି | ନିଆଁକୁ ଆୟତ୍ତ କରିବା ପାଇଁ ୧୦ଟି ଦମକଳ ଗାଡି ସ୍ଥାନୀୟ ଅଞ୍ଚଳରେ ପହଞ୍ଚିଛି |

ନିଆଁ ଯୋଗୁଁ ଫ୍ୟାକ୍ଟ୍ରିରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜାଳି ପାଉଁଶ ହୋଇଯାଇଛି | ଫ୍ୟାକ୍ଟ୍ରି ଭିତରେ ଥିବା ସ୍ପିରିଟ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ ବୋଲି କୁହାଯାଉଛି | ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଛନ୍ତି | ଅଗ୍ନିକାଣ୍ଡ ସମୟରେ ଫ୍ୟାକ୍ଟ୍ରିରେ ୨୫୦ ଡ୍ରମ ସ୍ପିରିଟ ରଖାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.