ଦିଲୀ ଏମସ୍ ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲେ ୨୨ ଦମକଳ

Published By : Prameya-News7 Bureau | August 17, 2019 IST

ନୂଆଦିଲ୍ଲୀ ୧୭।୮: ରାଜଧାନୀ ଦିଲ୍ଲୀସ୍ଥିତ ଅଖିଳଭାରତୀୟ ଆୟୁର୍ବିଜ୍ଞାନ (ଏମ୍ସ) ରେ ଅଗ୍ନିକାଣ୍ଡ ଘଟିଛି। ଶନିବାର ଅପରାହ୍ଣରେ ଭବନର ପ୍ରଥମ ଓ ଦ୍ୱିତୀୟ ମହଲାରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ପରେ ନିଆଁ ଲାଗିଥିବା ଜଣାପଡିବାରୁ ତୁରନ୍ତ ଦମକଳକୁ ସୂଚନା ଦିଆଯାଇଥିଲା। ଅଗ୍ନିକାଣ୍ଡ ସୂଚନା ପାଇ ୨୨ ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।   

{"id":145413}

ମିଳିଥିବା ସୂଚନା ଅନୁସାରେ ଟିଚିଂ ବ୍ଲକର ପ୍ରଥମ ଓ ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲ୍ୟାବ୍ ଓ ଅଫିସକୁ ବ୍ୟାପୀବାରେ ଲାଗିଛି। ତେବେ ଠିକ୍ ସମୟରେ ଦମକଳ ବିଭାଗ ପହଞ୍ଚି ଯାଇଥିବାରୁ ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯାଇପାରିବ ବୋଲି ଆଶା କରାଯାଉଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଦମକଳ ବିଭାଗ ଅଧିକାରୀ ଅଚାନକ କିଛି କହିନାହାନ୍ତି। ତେବେ ନିଆଁ ଆୟତ୍ତ ହେବା ପରେ ତଦନ୍ତରୁ କାରଣ ସମ୍ପର୍କରେ ଜଣାପଡିବ ବୋଲିକହିଛନ୍ତି।    

{"id":145437}

ନିଆଁକୁ ଆୟତ୍ତ କରିବା ଲାଗି ଦମକଳ ବିଭାଗ ଅଧିକ ଦମକଳଗାଡି ଡକାଇଥିବା ବେଳେ ଏବେ ୨୨ଟି ଦମକଳ ପହଞ୍ଚି ନିଆଁକୁ ଆୟତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ନିଆଁ ଲାଗିଥିବା ବିଲ୍ଟିଂଟି ଏମାର୍ଜେନ୍ସୀ ୱାର୍ଡର ଖୁବ୍ ନିକଟରେ। ଏଣୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁରେ ଭରି ଯାଇଥିବାରୁ ସତର୍କତା ସ୍ୱରୁପ କିଛି ସମୟ ଲାଗି ଏମାର୍ଜେନ୍ସୀ ୱାର୍ଡକୁ ରୋଗୀଙ୍କ ନିମନ୍ତେ ବନ୍ଦ ରଖାଯାଇଛି। ଅଗ୍ନିକାଣ୍ଡ ପରେ ଏମସ ପରିସରରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରୋଗୀଙ୍କ ସମ୍ପର୍କୀୟମାନେ ଏଣେତେଣେ ଧାଁଧପଡ କରୁଥିବା ଦେଖାଯାଇଛି।  

{"id":145438}

ସୂଚନା ଅନୁସାରେ ନିଆଁ ଏମସ୍ ର ଦ୍ୱିତୀୟ ଫ୍ଲୋରରେ ଅବସ୍ଥିତ ପିସି ବ୍ଲକରେ ଲାଗିଛି। ଏମସ୍ କେବଳ ଦିଲ୍ଲୀ ନୁହେଁ ଦେଶର ଏକ ପ୍ରମୁଖ ଡାକ୍ତରଖାନା। ଗୁରୁତର ଅସୁସ୍ଥ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜୈଟଲୀ ଏବେ ଏମସ୍ ରେ ରହି ଚିକିତ୍ସିତ ହେଉଛନ୍ତି। ଏଥିଲାଗି ଏବେ ଏମସ୍ କୁ ରାଷ୍ଟ୍ରପତି, ପ୍ରଧାମନ୍ତ୍ରୀ, ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ରାଜନେତାମାନଙ୍କର ଲଗାତାର ଯାତାୟାତ ରହିଛି। ଏଥିରେ ଏହି ଅଗ୍ନିକାଣ୍ଡ ଏବେ କର୍ତ୍ତୃପକ୍ଷଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.