ଭଦୋଦରା ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଅଗ୍ନିକାଣ୍ଡ

Published By : Prameya-News7 Bureau | September 08, 2020 IST

ଗୁଜୁରାଟ ୦୮/୦୯: ଗୁଜୁରାଟର ଭଦୋଦରାରେ ଥିବା ଏସଏସ୍‌ଜି ସରକାରୀ ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଅଗ୍ନିକାଣ୍ଡ । ଆଜି ସନ୍ଧ୍ୟାରେ ନିଆଁ ଲାଗିଥିବା ସୂଚନା ମିଳିଛି । ହସ୍ପିଟାଲ କର୍ତ୍ତୃପକ୍ଷ ଓ୍ବାର୍ଡରେ ଥିବା ରୋଗୀଙ୍କୁ ବାହାରକୁ ବାହାର କରୁଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି ।

ତେବେ ସର୍ଟ ସର୍କିଟ୍‌ ପାର୍ଇ ନିଆଁ ଲାଗିଥିବା ନେଇ ପ୍ରାଥମିକ ସୂଚନା ମିଳିଛି। କିନ୍ତୁ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ଆଜି ସନ୍ଧ୍ୟାରେ ଆଇସୋଲେସନ୍ ଓ୍ବାର୍ଡରେ ସ୍ପାର୍କ ହୋଇଥିଲା । ପରେ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା । ନିଆଁ ବ୍ୟାପିବା ଦେଖି ଓ୍ବାର୍ଡରେ ହଇଚୟ ମଚିଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତେବେ ରୋଗୀମାନଙ୍କୁ ତୁରନ୍ତ ଷ୍ଟେ୍ରଚର ସାହାଯ୍ୟରେ ବାହରକୁ ଅଣାଯାଉଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.