ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 18, 2021 IST

ଗୁଜୁରାଟ ୧୮/୧୦: ଗୁଜୁରାଟର ସୁରଟରେ ଥିବା ଏକ ମିଲରେ ଭୟଙ୍କର ଅଗ୍ନିକାଣ୍ଡ । କଡୋଦରା GIDC ରେ ଘଟିଛି ଏହି ଘଟଣା । ଚିରାୟୁ ପ୍ୟାକେଜିଂ ମିଲରେ ୫ ମହଲା ଗ୍ରାଉଣ୍ଡରେ ଲାଗିଛି ନିଆଁ । ତେବେ ବିଲ୍ଡିଂର ଅନେକ ଶ୍ରମିକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଜାରି ରହିଛି ଉଦ୍ୟମ ।

wp:html /wp:html wp:html /wp:html

୨ ଟି ହାଇଡ୍ରୋଲିକ୍ କ୍ରେନ୍ ସାହାଯ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଉଛି । ଘଟଣାସ୍ଥଳରେ ୨ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଭୟ ହେଉଛି ଯେ ନିଆଁରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ବିଲଡିଂରୁ ଡେଇଁପଡିଥିଲେ। ପ୍ୟାକେଜିଂ ମିଲରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.