ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ

Published By : Prameya-News7 Bureau | February 02, 2019 IST

ଭୁବନେଶ୍ବର ୨|୨: ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ନ୍ୟୁରୋ ଆଇସିୟୁ ନିକଟ ମେସିନ ରୁମ୍ ରେ ନିଆଁ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳବାହିନୀ ନିୟୋଜିତ ହୋଇଥିଲେ । ନିଆଁ ଏବେ ଆୟତ୍ତରେ ଥିବା ଜଣାପଡିଛି । ତେବେ ନିଆଁ ଲାଗିବା ଦ୍ବାରା ହସ୍ପିଟାଲର ଚାରିଆଡେ ଧୂଆଁ ବ୍ୟାପି ଯାଇଥିଲା । ଫଳରେ ହସ୍ପିଟାଲ ପରିସରେର ଭୟର ବାତ୍ତାବରଣ ସୃଷ୍ଟି ହୋଇଥିଲା । ନିଆଁ ଲାଗିଥିବାର ଦେଖି ଆଖପାଖରେ ଥିବା ରୋଗୀମାନେ ବାହାରକୁ ବାହାରି ଆସିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ନିଆଁ ଯୋଗୁଁ ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି । ତେବେ ଭୟରେ ରୋଗୀମାନେ ଦୌଡା ଦୌଡି ହୋଇ ବାହାରକୁ ଚାଲିଆସିଥିଲେ । କୌଣସି ରୋଗୀ ଆହତ ହେବାର ସୂଚନା ନାହିଁ । ରୋଗୀମାନଙ୍କୁ ଅନ୍ୟ ଏକ ରାସ୍ତା ଦେଇ ବାହାରକୁ ବାହାର କରିଦିଆଯାଇଛି । ତେବେ ଆଇସିୟୁରେ କୌଣସି କ୍ଷତି ଘଟିନଥିବା ବେଳେ ରୋଗୀମାନଙ୍କର ଅବସ୍ଥା କଣ ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.