Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏରୋ ଇଣ୍ଡିଆ ଶୋ’ରେ ପୁଣି ଦୁର୍ଘଟଣା: ପାର୍କିଂରେ ନିଆଁ ଲାଗି ଜଳିଗଲା ୧୦୦ କାର

23/02/2019 at 1:38 PM

ବାଙ୍ଗାଲୁରୁ ୨୩/୨ : ବାଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’ ବେଳେ ବଡ ଧରଣର ଦୁର୍ଘଟଣା ହୋଇଛି | କାର୍ଯ୍ୟକ୍ରମ ସ୍ଥଳ ପାଖରେ କାର ପାର୍କିଙ୍ଗ ସ୍ଥଳ ରହିଛି | କାର ପାର୍କିଙ୍ଗ ସ୍ଥଳରେ ନିଆଁ ଲାଗି ପାଖାପାଖି ୧୦୦ କାର ଜଳି ଯାଇଛି | ଖବରପାଇ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି | ପୋଲିସ ସୂଚନା ଅନୁଯାୟୀ, ହଟାତ ନିଆଁ ଲାଗି କାର ପାର୍କିଙ୍ଗ ଆଡକୁ ନିଆଁ ବ୍ୟାପି ଯାଇଥିଲା | ସେଠାରେ ଥିବା କାର ଗୁଡିକରେ ଦେଖୁ ଦେଖୁ ନିଆଁ ଲାଗି ଯାଇଥିଲା |


ଅଗ୍ନିଶମ ବିଭାଗ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି | ନିଆଁ ଲାଗିବାର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରୁଛି | ବାଙ୍ଗାଲୁରୁର ୟେଲହଂକା ବିମାନବନ୍ଦର ପାଖରେ ନିଆଁ ଲାଗିବା ପରେ ପୁରା ଆକାଶ ଧୂଆଁ ମୟ ହୋଇଯାଇଥିଲା |

ବିମାନବନ୍ଦରରେ ହଜାର ସଂଖ୍ୟକ ବିମାନ ଏରୋ ଇଣ୍ଡିଆ ଶୋ’ ପାଇଁ ରନୱେରେ ଛିଡା ହୋଇଥିଲା | ଘଟଣାସ୍ଥଳରେ ୧୦ଟି ଦମକଳ ନିଆଁ ଲିଭା କାମରେ ଲାଗିଛନ୍ତି |


ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଏରୋ ଇଣ୍ଡିଆ ଶୋ’ର ଖୋଲା ପଡିଆ ପାର୍କିଙ୍ଗ ଜାଗାରେ ନିଆଁ ଲାଗି ଯାଇଛି | ପାଖାପାଖି ୨୦ ଟି କାର ସମ୍ପୂର୍ଣ ଜଳି ଯାଇଛି | ଏବେ ପର୍ଯ୍ୟନ୍ତ କୌଣସିମୃତାହତ ଖବର ଆସିନାହିଁ | ୫ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଏରୋ ଇଣ୍ଡିଆ ଶୋ’ ବୁଧବାର ଦିନ ଆରମ୍ଭ ହୋଇଥିଲା |

ଶୋ’ ଆରଂଭ ହେବାର ପୂର୍ବଦିନ ରିହଲସଲ ବେଳେ ମଧ୍ୟ ଦୁଇଟି ବିମାନ ପରସ୍ପର ସହ ଧକ୍କା ହେବା ଯୋଗୁଁ ଗୋଟିଏ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିଲା | ଏହି ଶୋ’ ଆସନ୍ତାକାଲି ଯାଏଁ ଚାଲିବ | ତେବେ ଏରୋ ଇଣ୍ଡିଆ ଶୋ’ ବେଳେ ବାରମ୍ବାର କାହିଁକି ଏମିତି ଦୁର୍ଘଟଣା ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ |

   Related Posts