ଅହମ୍ମଦାବାଦ : କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ, ୮ମୃତ

Published By : Prameya-News7 Bureau | August 06, 2020 IST

ଅହମ୍ମଦାବାଦ ୦୬।୦୮: ସାରାଦେଶରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଏଭଳି ସ୍ଥିତିରେ କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ସ୍ଥାନରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିଛନ୍ତି । ତେବେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ଆସିଛି ।  ଗୁଜୁରାଟର ଅହମ୍ମଦାବାଦରେ କରୋନା ରୋଗୀଙ୍କ ପାଇଁ ନିର୍ମାଣ ହୋଇଥିବା କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିଯାଇଛି। କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିବା ଦ୍ୱାରେ ସେଠାରେ ଚିକିତ୍ସା ହେଉଥିବା ୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି ।  

wp:html /wp:html

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ସକାଳ ସମୟରେ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ମେଡିକାଲର ଆଇସିୟୁରେ ମଧ୍ୟ ନିଆଁ ବ୍ୟାପିଯାଇଥିଲା । ଏଭଳି ଭୟାନକ ଅଗ୍ନିକାଣ୍ଡରେ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଚିକିତ୍ସା ହେଉଥିବା ଆଉ ୩୫ଜଣଙ୍କ ଅନ୍ୟ ମେଡିକାଲକୁ ସ୍ଥାନାନ୍ତିରତ କରାଯଆଇଛି । ମୃତକଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ୩ଜଣ ମହିଳା ଥିବା ସୂଚନା ରହିଛି । ମୃତକ ସମସ୍ତେ କରୋନା ପଜିଟିଭ୍‌ ଥିବା ମଧ୍ୟ ଖବର ରହିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି । ଅଗ୍ନିକାଣ୍ଡରେ ଦ୍ୱାରା ମେଡିକାଲର ଅନେକ କ୍ଷତି ହୋଇଥିବା ଅନୁମାନ କରାଯାଉଛି ।

wp:html /wp:html

ସେପଟେ ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଗ୍ନିକାଣ୍ଡ ମୃତକ ପରିବାର ପ୍ରତି ମୋର ସମବେଦନା । ଆହତ ହୋଇଥିବା ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.