ଦିଲ୍ଲୀର ସାକେତ କମ୍ପ୍ଲେକ୍ସରେ ଭୟାବହ ଅକ୍ନିକାଣ୍ଡ, ଜଣେ ମୃତ

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯/୫: ଦିଲ୍ଲୀର ସାକେତ କମ୍ପ୍ଲେକ୍ସର ଚତୁର୍ଥ ମହଲାରେ ଭୟାବହ ଅକ୍ନିକାଣ୍ଡ। ଖବର ମିଳିବା ପରେ ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି। ଦମକଳବାହିନୀ ଏବଂ ପୋଲିସ ଟିମ୍‌ ସେଠାରେ ପହଞ୍ଚି କମ୍ପ୍ଲେକ୍ସରେ ଫସିରହିଥିବା ୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରି ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଶ୍ବାସକ୍ରିୟା ବନ୍ଦ ହେବା ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ୫.୨୩ରେ ଫ୍ଲାଟ୍‌ ନମ୍ବର ସି-୪୩ରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଖବର ଯାଇଥିଲା। ଏହି ଫ୍ଲାଟ୍‌ ସାକେତ କୋର୍ଟ ଆବାସିକ କମ୍ପ୍ଲେକ୍ସରେ ରହିଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିବା ପରେ ଜଣାପଡ଼ିଥିଲା ଫ୍ଲାଟ୍‌ରେ ଥିବା ସେଲ୍ଫ, ଆଲମାରି, ଇନଭର୍ଟର ଆଦିରେ ନିଆଁ ଲାଗିଥିଲା। ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.