ରାସ୍ତା ପାର୍ଶ୍ବରେ ଲାଗିଲା ନିଆଁ, ଜଳିଗଲା ମନରେଗା ଯୋଜନାର ଗଛ

Published By : Prameya-News7 Bureau | March 03, 2021 IST

ଆଠଗଡ ୩।୩: ରାସ୍ତା ପାର୍ଶ୍ବରେ ଲାଗିଲା ନିଆଁ । ଜଳିଗଲା ମନରେଗା ଯୋଜନାର ଗଛ । ରାସ୍ତା ପାର୍ଶ୍ବରେ ଲାଗିଥିବା ଗଛସବୁ ଜଳିଯାଇଥିବା ଜଣାପଡିଛି । ଆଠଗଡ଼ ବ୍ଲକ ବେଣ୍ଟପଦା ପଞ୍ଚାୟତର ବାଲିପଦାଠାରୁ ବେଣ୍ଟପଦା ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଲାଗିଥିବା ଗଛ ସବୁ ପୋଡ଼ି ଯାଇଥିବା ଜଣାପଡିଛି ।

ମନରେଗା ଯୋଜନାରେ ଏହି ରାସ୍ତାର ବନୀକରଣ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କରାଯାଇଥିବା ବେଳେ ମଙ୍ଗଳବାର କେହି ଦୁର୍ବୃତ୍ତ ଏଠାରେ ନିଆଁ ଲଗାଇ ଦେବାରୁ ପ୍ରାୟ ୨୦୦ ଗଛ ପୋଡି ଯାଇଥିବା ଅଭିଯୋଗ ହୋଇଛି । ରାଉଳ ସାହିଠାରୁ ସାପୁଆ କେନାଲ ବନ୍ଧଠାରୁ ଜେନାମଣି ଠାକୁରାଣୀ ମନ୍ଦିର ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.