ପ୍ରୟାଗରାଜ କୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବିହାର ରାଜ୍ୟପାଳ ଲାଲଜି ଟଣ୍ଡନ

Published By : Prameya-News7 Bureau | February 13, 2019 IST

ପ୍ରୟାଗରାଜ ୧୩|୨:  ପ୍ରୟାଗରାଜ କୁମ୍ଭ ମେଳାରେ ବାରମ୍ବାର ଅଗ୍ନିକାଣ୍ଡ ହେଉଥିବା ଦେଖିବାକୁ ମିଳିଛି  । ମଙ୍ଗଳବାର ବିଳମ୍ବିତ ରାତିରେ କୁମ୍ଭ ମେଳାରେ ପୁଣି ଭୀଷଣ ଅଗ୍ନିକାଣ୍ଡ ହୋଇଛି । ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ କ୍ୟାମ୍ପ୍ ରେ ନିଆଁ ଲାଗିଥିଲା । ସେକ୍ଟର ୨୦ ଅରେଲ ଅଞ୍ଚଳ ତ୍ରିବେଣୀ ଟେଣ୍ଟ ସିଟ୍ ରେ ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ରାଜ୍ୟପାଳ ଲାଲଜି ଟଣ୍ଡନ । ଟେଣ୍ଟ ଭିତରୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡ ଘଟିବା ସମୟରେ ଗଭୀର ନିଦରେ ଶୋଇଥିଲେ ଲାଲଜି । ନିଆଁରେ ତାଙ୍କ ମୋବାଇଲ, ଚଷମା, ଘଣ୍ଟା ସହ ଅନ୍ୟ ସାମଗ୍ରୀ ପୋଡିଯାଇଛି । ଅଗ୍ନିକାଣ୍ଡ ପରେ ରାଜ୍ୟପାଳଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସର୍କିଟ୍ ହାଉସ୍ କୁ ନିଆଯାଇଥିଲା ।

ସୂଚନା ଅନୁସାରେ ରାତି ପ୍ରାୟ ୨ଟା ୩୦ରେ ନିଆଁ ଲାଗିଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଟେଣ୍ଟ ମଧ୍ୟରେ ଥିବା ଅନ୍ୟ ଜିନିଷ ସବୁ ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।

ଏହା ପୂର୍ବରୁ ୫ଫେବୃଆରୀରେ ମଧ୍ୟ ସେକ୍ଟର ୧୫ସ୍ଥିତ ନାଥ ସଂପ୍ରଦାୟର ଯୋଗୀ ମହାସଭାରେ ମଧ୍ୟ ନିଆଁ ଲାଗିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପାଧ୍ୟକ୍ଷ ବାଲକ ନାଥଙ୍କ ପାଇଁ ବିଶେଷ ଭାବେ ଆୟୋଜନ ହୋଇଥିବା ଟେଣ୍ଟ୍ ନିଆଁରେ ସଂପୂର୍ଣ୍ଣ ଭାବେ ଜଳିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.