ହୁତୁ ହୁତୁ ହୋଇ ଜଳୁଛି କୁଳଡିହା ଅଭୟାରଣ୍ୟ, ଅନୁଧ୍ୟାନ ପାଇଁ ପହଞ୍ଚିଲା ରାଜ୍ୟ କଂଗ୍ରେସର ସ୍ୱତନ୍ତ୍ର ଦଳ

Published By : Prameya-News7 Bureau | March 07, 2021 IST

ନୀଳଗିରି, ୦୭/୦୩: ହୁ ହୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ । ଏଥିରୁ ବାଦ ପଡିନି କୂଳଡିହା ଅଭୟାରଣ୍ୟ। ନିଆଁକୁ ଆୟତ୍ତ କରିବା ପାଇଁ ସଂପୂର୍ଣ୍ଣ ଫେଲ୍ ମାରିଛି ବନ ବିଭା। ଫଳରେ ବିପଦରେ ଅଭୟାରଣ୍ୟର ଜୀବଜନ୍ତୁ ପଡିଥିବା ବେଳେ ଆଜି ପରିସ୍ଥିତି ଅନୁଧ୍ୟାନ କରିବାକୁ ପିସିସିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ ପହଁଞ୍ଚିଛି।

ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ,ବାଲେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ,ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମନୋରଂଜନ ପଣ୍ଡା ଙ୍କ ସମେତ ସ୍ଥାନୀୟ କିଛି କଂଗ୍ରେସ କର୍ମୀ ପ୍ରଥମେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଯାଇ ଅନୁଧ୍ୟାନ କରିବା ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବନବିଭାଗ ଅଧିକାରୀ ସେଭଳି କିଛି କ୍ଷୟକ୍ଷତି ହୋଇନଥିବା କହୁଥିବା ବେଳେ ମାଇଲ ମାଇଲ ବାଟ ଗଛ ଲତା ପୋଡି ପାଉଁଶ ହେବା ନେଇ ବନବିଭାଗର କାର୍ଯ୍ୟ ଦକ୍ଷତାକୁ ଆଙ୍ଗୁଳି ଉଠାଇଛନ୍ତି। ପରେ କୂଳଡିହା ନଣ୍ଡାରୀ ପାହାଡ଼ ଯେଉଁଠାରେ ନିଆଁ ଲାଗିଛି ସେହି ସ୍ଥଳକୁ ଯାଇ ନିଆଁ ଚାରିଆଡେ ଜଳୁଥିବା ବେଳେ କୌଣସି ବନବିଭାଗ ନିଆଁ ଲିଭା କାର୍ଯ୍ୟରେ ନଥିବା ଦେଖି ସୁଦର୍ଶନ ଦାସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୀମାନ୍ତ ଗାଁ ଗୁଡିକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ବେଳେ ଯାହାର ଜଙ୍ଗଲ ସେମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ନ ଲଗାଇବା ଏବଂ ତାଙ୍କର ସହାୟତା ନନେବା ବନବିଭାଗର ପାରିବା ପଣିଆ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ନୀଳଗିରି ଅଞ୍ଚଳରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଆଜକୁ ୧୦ ଦିନ ହେଲା ନିଆଁ ଲାଗିଛି। ବିଭିନ୍ନ ଅଞ୍ଚଳରେ ନିଆଁ ଲାଗି ଛୋଟ ବଡ଼ ମୂଲ୍ୟବାନ ଗଛ ଜଳି ପୋଡି ପାଉଁଶ ହୋଇଯାଇଛି। ବନବିଭାଗ ଫାୟାର ବ୍ଲୋର ମେସିନ ସହାୟତା ରେ କିଛି କିଛି ଅଂଚଳ ରେ ନିଆଁକୁ ଅୟତ୍ତ କରିଥିବା ବେଳେ ଆଉ କିଛିକିଛି ସ୍ଥାନରେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବାରେ ସକ୍ଷମ ହୋଇଛନ୍ତି। ତିନିକୋଶିଆ ଜଙ୍ଗଲ ନଲିଭୁଣୁ ପୁଣି କୁଳଡିହା ଅଭୟାରଣ୍ୟ ରେ ନିଆଁ ଲାଗିଥିବା ଦେଖାଯାଇଛି।

ଗରଡ଼ିହି,ତେଲିପାଳ, ତେଣ୍ଡା ଓ ନଣ୍ଡାରୀ ପାହାଡ଼ ରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ବନବିଭାଗ ନିଆଁ ଲିଭାଇବା ପାଇଁ ନିୟୋଜିତ ଥିବାବେଳ ନିଆଁକୁ ଆୟତ୍ତ କରିପାରିନାହାନ୍ତି। ଫଳରେ ସୀମାନ୍ତ ଗାଁ ଗୁଡିକୁ ଉପରେ ବିପଦ ଘାରିଛି। ଜୋର ପବନ ବୋହିଲେ ନିଆଁ ଉଡି ଚାଳ ଘର ଉପରେ ବିପଦ ଘାରିଛି।ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହୋଇଥିବା ବେଳେ ସେମାନଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.