ଜମ୍ମୁ ବୈଷ୍ଣୋଦେବୀ ମନ୍ଦିରରେ ଅଗ୍ନିକାଣ୍ଡ, ପୋଡିଗଲା କ୍ୟାସ୍ କାଉଣ୍ଟର

Published By : Prameya-News7 Bureau | June 08, 2021 IST

କଟରା୮।୬: ଜମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍‌ରେ ମନ୍ଦିରକୁ ଲାଗି ରହିଥିବା ଭବନରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ମନ୍ଦିର ଅଗ୍ନିସମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ପ୍ରାୟ ୫ଟା ବେଳକୁ ଭବନରେ ଲାଗିଥିବା ନିଆଁ ଆୟତ୍ତ ହୋଇଯାଇଥିବା ସ୍ରାଇନବୋର୍ଡ ସିଇଓ ଗଣମାଧ୍ୟମକୁ କହିଛନ୍ତି। ବଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସିଇଓ କହିଛନ୍ତି।

wp:embed {"url":"https://twitter.com/AdityaRajKaul/status/1402230953192267783","type":"rich","providerNameSlug":"twitter","responsive":true,"className":""}
https://twitter.com/AdityaRajKaul/status/1402230953192267783
/wp:embed

ଅଗ୍ନିକାଣ୍ଡରେ ମନ୍ଦିରର କ୍ୟାସ୍‌ କାଉଣ୍ଟରଟି ଜଳିଯାଇଛି। ନିଆଁଲାଗି କିଛି ନଗଦ ଟଙ୍କା ଓ ଏ ବାବଦ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ମନ୍ଦିର ଉପରେ ଧୂଆଁ ଉଠୁଥିବା ଦେଖି ସୁରକ୍ଷା ଲାଗି ମୁତୟନ ସିଆରପିଏଫ ସାଇରନ ବଜାଇଥିଲା। ଏଥିରେ ମନ୍ଦିରର ସୁରକ୍ଷା କର୍ମୀ ଓ ଆଗ୍ନିକମାନେ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ ହେବା ସହ ତୁରନ୍ତ ପଦକ୍ଷେପ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.