ତକ୍ଷଶୀଳା ଆର୍କେଡରେ ଅଗ୍ନିକାଣ୍ଡ, ୧୯ ମୃତ, ଟ୍ବିଟ୍ ବାର୍ତ୍ତାରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 24, 2019 IST

ସୁରଟ ୨୪।୫: ଗୁଜରାଟ ସୁରଟର ସରଥାନା ଅଞ୍ଚଳରେ ଥିବା ତକ୍ଷଶୀଳା ଆର୍କେଡରେ ନିଆଁ ଲାଗିଯାଇଛି। ଫଳରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନିଆଁ ଲାଗିଥିବା ବିଲ୍ଡିଂରେ ଏବେବି ଅନେକ ଲୋକ ଓ ପିଲା ଫସି ରହିଥିବା ସୁରାଟ ପୋଲିସ କମିଶନର ସତୀଶ କୁମାର ମିଶ୍ର କହିଛନ୍ତି। ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

{"id":115505,"width":577,"height":504}

ଆର୍କେଡରେ ଲାଗିଥିବା ନିଆଁ ଏତେ ଭୟଙ୍କରଯେ ଲୋକେ ଜୀବନ ପଞ୍ଚାଇବା ପାଇଁ ବିଲ୍ଡିଂରୁ ଡେଇଁପଡୁଥିବା ଦେଖାଯାଉଛି। ନିଆଁ ଲାଗିବା ବେଳେ ବିଲ୍ଡିଂରେ ଏକ କୋଚିଂ କ୍ଲାସ ଚାଲିଥିଲା। ଏଣୁ ସେଠାକୁ ପାଠ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଛାତ୍ରମାନେ ଜୀବନ ବଞ୍ଚାଇବାକୁ ଉପର ମହଲାକୁ ତଳକୁ ଡେଇଁପଡିବା ଯୋଗୁ ଅନେକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି।

wp:html /wp:html

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ବ୍ୟକ୍ତ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଏକ ଟ୍ବିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକଟ କରିବା ସହ ଗୁଜରାଟ ସରକାର ଓ ସ୍ଥାନୀୟ ପ୍ରାଧିକର୍ତ୍ତାଙ୍କୁ ପ୍ରଭବିତ ପିଲା ଓ ଲୋକଙ୍କୁ ସବୁମନ୍ତେ ସହାୟତା କରିବାକୁ ନିବେଦନ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକ ଓ ଛାତ୍ରଛାତ୍ରୀଙ୍କ ପରିବାର ଳାଗି କ୍ଷତିପୂରଣ ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ଅଧିକାରୀକ ବିବୃତ୍ତିରେ କୁହାଯାଇଛି । ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର ପରିଚାଳନା ନିମନ୍ତେ ଘଟଣାସ୍ଥଳରେ ୧୮ଟି ଦମକଳକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.