ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା -ପାଳ ନିଆଁ ଗିଳିଦେଲା ୩ କଅଁଳ ଶିଶୁଙ୍କ ଜୀବନ

Published By : Prameya-News7 Bureau | February 23, 2020 IST

ଭୁବନେଶ୍ୱର ୨୩।୦୨ -ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା । ପାଳ ନିଆଁରେ ଜଳିଗଲେ ୪ ଶିଶୁ । ତିନି ଜଣ ପ୍ରାଣ ହରାଇଥିବା ବେଳେ ଜଣେ ସଙ୍କଟାପନ୍ନ ଅବସ୍ଥାରେ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଇରଛଟା ଗାଁରେ । ଆଜି ସକାଳେ ପିଲାମାନେ ଘରକରି ଖେଳୁଥିବା ବେଳେ ନିଆଁ ଲାଗିଯାଇଥିଲା, ଫଳରେ ୪ ଜଣ ଶିଶୁଙ୍କର ୮୦ ପ୍ରତିଶତ ଜଳିଯାଇଥିଲା । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଏବଂ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।…

{"id":228248,"sizeSlug":"large"}

କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ। ଯିଏ ଶୁଣୁଛି ସ୍ତବ୍ଧ ହୋଇଯାଉଛି। ହତବାକ ହୋଇଯାଉଛି। କୁନି କୁନି ପିଲାଙ୍କ ଖେଳ ଯେ ସବୁକିଛି ଛାରଖାର କରିଦେବ କିଏ ଜାଣିଥିଲା। ପାଳ ନିଆଁ ଗିଳିଦେଲା ୩ କଅଁଳ ଶିଶୁଙ୍କ ଜୀବନ। ସମସ୍ତଙ୍କ ବୟସ ୫ରୁ ୭ ବର୍ଷ। ଅନ୍ୟଜଣେ ଶିଶୁ ଜୀବନ ସହ ସଂଗର୍ଷ କରୁଛି। ଏ ହେଉଛି ସେହି ସ୍ଥାନ। ପୋଲସରା ଖଇରଛଟା ଗାଆଁ ମନ୍ଦିର ନିକଟ ଅଧାକାନ୍ଥି ଘର। ଯେଉଁଠି ଖେଳୁଥିଲେ ୪ ଶିଶୁ । ଏଠାରେ ଥିଲା ପାଳ, ଶୁଖିଲା କାଠିକୁଟା । ଖେଳୁଥିବା ସମୟରେ ହଠାତ୍ ପାଳରେ ନିଆଁ ଲାଗି ଯାଇଥିଲା । ହୁହୁ ହୋଇ ଜଳିଥିଲା ପାଳ, ଆଉ ସେଇ ପାଳ ନିଆଁ ଭିତରେ ରହିଗଲେ କଅଁଳ ପିଲାମାନେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ । ପ୍ରଥମେ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଇତିଶ୍ରୀ ଜେନା, ଦୀପକ ଗୌଡ ଏବଂ ସାଇରାମ ଜାନୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଆଲୋକ ଜେନାର ଚିକିତ୍ସା ଚାଲିଛି ।

{"id":228249,"sizeSlug":"large"}


ଏହି ଅଭାବନୀୟ ଘଟଣାକୁ ନେଇ ପୂରା ଗାଁ ସ୍ତବ୍ଧ ହୋଇଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ସହ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି।…

{"id":228250,"sizeSlug":"large"}

ଦୁଇ ତିନିମାସ ତଳର କଥା କଳାହାଣ୍ଡି ଘଟିଥିଲା ସମାନ ଘଟଣା । କଳାହାଣ୍ଡିରେ କୋରାପୁଟରେ ସମାନ ଘଟଣାରେ ୩ ଜଣଶିଶୁ ପୋଡ଼ି ହୋଇଯାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇତିଲା। କର୍ଣ୍ଣାଟକରେ ମଧ୍ୟ ପାଳଗଦାରେ ଲୁଚକାଳି ଖେଳିବା ବେଳେ ପୋଡ଼ି ହୋଇ ୩ ଶିଶୁ ପ୍ରାଣ ହରାଇଥିଲା । ବଡ଼କଥା ହେଉଛି ପିଲାମାନଙ୍କ ଉପରେ ବାପା ମା ବଡ଼ମାନେ ନଜର ରଖିବା ହିଁ ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.