ପଶ୍ଚିମ ଫ୍ରାନ୍ସ ଗୋଥିକ୍ କ୍ୟାଥେଡ୍ରାଲରେ ଅଗ୍ନିକାଣ୍ଡ, ପ୍ରାଚୀନ ସ୍ମାରକୀ ସୁରକ୍ଷିତ
18/07/2020 at 4:36 PM

ନାନଟେସ୍ ୧୮।୭: ପଶ୍ଚିମ ଫ୍ରାନ୍ସ ନାନଟେସ୍ ସହରରେ ଥିବା ପ୍ରାଚୀନ ଗୋଥିକ୍ କ୍ୟାଥେଡ୍ରାଲରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟ ସକାଳ ପ୍ରାୟ ୮ଟା ବେଳେ ଗିର୍ଜୀରେ ନିଆଁ ଲାଗିଥିବାର ଦମକଳ ବିଭାଗକୁ ସୂଚନା ମିଳିଥିଲା। ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। କ୍ୟାଥେଡ୍ରାଲର ପ୍ଲାଟଫର୍ମ ଖମ୍ବ ସବୁ ଜଳି ଯାଇଛି। ହୁଏତ ପ୍ଲାଟଫର୍ମ ଖସିପଡିପାରେ। ହେଲେ ଗତବର୍ଷ ପ୍ୟାରିସ୍ ନୋଟରେ-ଡ୍ୟାମ କ୍ୟାଥଡ୍ରାଲ ଅଗ୍ନିକାଣ୍ଡ କ୍ଷୟକ୍ଷତି ସହ ଗୋଥିକ ଗିର୍ଜାର କ୍ଷୟକ୍ଷତି ତୁଳନା କରାଯାଇ ନ ପାରେ ବୋଲି ଦମକଳ ବିଭାଗ ଅଧିକାରୀ କହିଛନ୍ତି।

ପ୍ରାୟ ୨ ଘଣ୍ଟାରେ ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ହୋଇଥିଲା। ତେବେ କ୍ୟାଥେଡ୍ରାଲରେ ଥିବା ପଞ୍ଚଦଶ ଓ ଉନବିଂଶ ଶତାବ୍ଦୀରେ ନିର୍ମାଣ ଅଗ୍ନିକାଣ୍ଡରୁ ରକ୍ଷାପାଇଯାଇଛି। ପ୍ରଧାନମନ୍ତ୍ରୀ ଜିନ୍ କାସଟେକ୍ସ ଅଗ୍ନିକାଣ୍ଡକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସେ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଥିବା ବେଳେ ନାନଟେସ୍ ଲୋକଙ୍କୁ ଘଟଣା ଲାଗି ଗଭୀର ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଟ୍ୱିଟ୍ ବାର୍ତ୍ତାରେ ଦମକଳ ବିଭାଗ କର୍ମଚାରୀଙ୍କ ସାହସକୁ ଧନ୍ୟବାଦକୁ ଜଣାଇଛନ୍ତି। ସେମାନଙ୍କ ଅଦମ୍ୟ ସାହସ ଯୋଗୁ ଗୋଥିକ୍ ଜ୍ୱେଲ ଅଳ୍ପକେ ବର୍ତ୍ତି ଯାଇଥିବା ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି।

ଏହି କ୍ୟାଥଡ୍ରାଲରେ ଶେଷ ଥର ୧୯୭୨ ମସିହାରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଏହାର ଛାତ ଜଳିଯାଇଥିବା ବେଳେ ଏହାକୁ ମରାମତି କରିବା ଲାଗି ପ୍ରାୟ ୧୩ ବର୍ଷ ଲାଗି ଯାଇଥିଲା। ତେବେ ଫ୍ରାନ୍ସରେ ଏବେ ଗିର୍ଜା ଅଗ୍ନିକାଣ୍ଡ ଘଟଣା ଅଧିକରୁ ଅଧିକ ହେବାରେ ଲାଗିଛି। ୨୦୧୫ ମସିହାରେ ନାନଟେସ୍ରେ ଥିବା ସେଣ୍ଟ ଡୋନେସନଙ୍କ ଓ ସଏଣ୍ଟ ରୋଗେସନଙ୍କ ସେଣ୍ଟ ବାସିଲିକାରେ ନିଆଁ ଲାଗିଯାଇଥିଲା। ଫଳରେ ଗିର୍ଜାର ୩ ବଖରା ଛାତ ପୋଡିଯାଇଥିଲା। ସେହିପରି ଗତବର୍ଷ ଏପ୍ରିଲ ମାସରେ ପ୍ୟାରିସର ନୋଟେର-ଡେମ୍ସ୍ଥିତ ତ୍ରୟୋଦଶ ଶତାବ୍ଦୀର କ୍ୟାଥଡ୍ରାଲରେ ନିଆଁ ଲାଗିଯାଇଥିବା ବେଳେ ଏହାର ମରାମତି ଲାଗି ଦୀର୍ଘ ବର୍ଷ ଲାଗିଯାଇପାରେ ବୋଲି ଏବେ ଆଶଙ୍କା କରାଯାଉଛି।