Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ

26/02/2021 at 10:03 PM

କଟକ, ୨୬/୦୨: ଗହନ ନିଦରେ ଶୋଇଛନ୍ତି ବଡ଼ମ୍ବା ବନାଞ୍ଚଳ ଅଧିକାରୀ । ଅଧିକାରୀ ବେଫିକର, ହେଲେ ଜଙ୍ଗଲରେ ଲାଗିଛି ନିଆଁ । ବଡ଼ମ୍ବା ବନାଞ୍ଚଳର ଗୋପପୁର, ନଗତୋଟା, ହଳଦିଆଶ୍ରେଣୀ, ମାଣିଆବନ୍ଧ ଏବଂ କରଡ଼ା ସଂରକ୍ଷିତ ଜଙ୍ଗଲରେ  ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଅପରାହ୍ନ ସମୟରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ବଡ଼ମ୍ବା ରେଞ୍ଜର ସଂରକ୍ଷିତ ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁ ନିକଟରେ ଥିବା ବିଭିନ୍ନ ଗାଁ ମୁହାଁ ହେଉଛନ୍ତି । ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଆଦିବାସୀ ଗ୍ରାମବାସୀ ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ  ନିଆଁକୁ ଆୟତ୍ତ କରିବାରେ ଜଙ୍ଗଲ ବିଭାଗ ବିଫଳ ହୋଇଛି ।  

ବିଶେଷ କରି ଗ୍ରୀଷ୍ମ ଋତୁରେ ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲର ନିଆଁକୁ ଆୟତ୍ତ କରିବା ଏବଂ ବନ୍ୟ ଜୀବଜନ୍ତୁମାନଙ୍କୁ ସୁରକ୍ଷା ଦେବା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱତନ୍ତ୍ର ଗାଡ଼ି ସହିତ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ମାନ ଯୋଗାଇ ଦେଉଥିଲେ ମଧ୍ୟ ସୁରକ୍ଷାରେ ରହିଥିବା ରେଞ୍ଜରଙ୍କର ଦାୟିତ୍ୱହିନତା କରାଣରୁ ଆଠଗଡ଼ ବନଖଣ୍ଡରେ ଜଙ୍ଗଲ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟରେ  ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।    

   Related Posts