ଝାରସୁଗୁଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ...

Published By : Prameya-News7 Bureau | April 13, 2020 IST

ଝାରସୁଗୁଡା୧୩/୪: ଝାରସୁଗୁଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ବସଷ୍ଟାଣ୍ଡରେ ଥିବା ୩ଟି ଦୋକାନ ଘର ହୁ ହୁ ଜଳିଗଲା।ଝାରସୁଗୁଡ଼ାର ବସଷ୍ଟାଣ୍ଡ ଛକ ନିକଟରେ ଥିବା ସାହୁ ଫାଇବର ଓ୍ବେଲିଡିଂ ଦୋକାନରେ ଆଜି ମଧ୍ୟାହ୍ନରେ ନିଆଁ ଲାଗିଥିଲା। ଗୋଟିଏ ଦୋକାନରୁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ନିଆଁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ୨ଟି  ଗାଡି ନିୟୋଜିତ ହୋଇଥିଲା। କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ଜଣାପଡିନାହିଁ। ଏହି ନିଆଁ କିପରି ଲାଗିଲା ତଦନ୍ତ ପରେ ଜଣାପଡିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.