Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଦିଲ୍ଲୀ କଡକଡଡୁମା ଡିଜିଏଚଏସ୍ ବିଲ୍ଡିଂରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ କରିବାକୁ ଲାଗିଛନ୍ତି ୨୪ ଦମକଳ

5/07/2019 at 4:02 PM

ନୂଆଦିଲ୍ଲୀ ୫।୭:  ପୂର୍ବ ଦିଲ୍ଲୀ କଡକଡଡୁମାସ୍ଥିତ ଦଲ୍ଲୀ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଡିଜିଏଚ୍ଏସର ଷଷ୍ଠ ମହଲାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ବିଲ୍ଡିଂରୁ ଧୁଆଁ ବାହାରୁଥିବା ଦେଖା ଯାଇଥିଲା। ବିଲ୍ଡିଂରେ ଅଗ୍ନିକାଣ୍ଡ ନେଇ ଅଗ୍ନିସମବିଭାଗକୁ ସୂଚନା ଦିଆଯିବାପରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ତେବେ ଗୋଟିଏ ଦମକଳ ପକ୍ଷେ ନିଆଁ ଲିଭାଇବା ସମ୍ଭବ ନ ହେବାରୁ ଘଟଣାସ୍ଥଳରେ ଏବେ ୨୪ଟି ଦମକଳ ପହଞ୍ଚି ଥିବା ଜଣାପଡିଛି। 

ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଦିନ ଗୋଟାଏ ବାଜି ୫୦ ମିନିଟରେ ଦିଲ୍ଲୀ ଅଗ୍ନିଶମ ବିଭାଗ ନିଆଁ ଲାଗିଥିବା ନେଇ ସୂଚନା ପାଇଥିଲେ। ଘଟଣା ସ୍ଥଳକୁ ତୁରନ୍ତ ଦମକଳ ବାହିନୀ ପଠାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ସରକାରୀ ଦପ୍ତରର କ୍ଷୟକ୍ଷତି ଅଟକଳ ହୋଇ ନାହିଁ। ସେହି ଭଳି ମୃତାହତଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳି ନାହିଁ ।

ତେବେ ଦିଲ୍ଲୀ ଡିଜିଏଚଏସ୍ ଅଗ୍ନିକାଣ୍ଡ ପୂର୍ବରୁ ରଞ୍ଜିନଗର, ଶାଦିପୁରା ନିକଟସ୍ଥ ସାଇଁ କମ୍ପ୍ଲେକ୍ସର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଦମକଳ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ବିଲ୍ଡିଂରେ ଫସି ରହିଥିବା ୭ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ଧୂଆଁରେ ନିଶ୍ୱାସରୁଦ୍ଧ ହୋଇ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି।  

   Related Posts