ରୋହିଣୀ ବଙ୍ଗାଳୀ ବସ୍ତିରେ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଘର, ଘଟଣାସ୍ଥଳରେ ୧୨ ଦମକଳ ଗାଡି

Published By : Prameya-News7 Bureau | February 15, 2020 IST

ନୂଆଦିଲ୍ଲୀ ୧୫।୨:  ଜାତୀୟ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ବ୍ୟାପୀବା ଯୋଗୁ ଅନେକ ଘର ଜଳି ପାଉଁଶ ହୋଇଯାଇଛି। ସୂଚନା ମିଳିବା ମାତ୍ରେ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ତେବେ ବିସ୍ତୃତ ଅଞ୍ଚଳରେ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଅଧିକ ଦମକଳ ମଗାଯାଇଥିବା ବେଳେ ଘଟଣା ସ୍ଥଳରେ ଏବେ ୧୨ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି।

{"id":224936,"width":578,"height":470,"sizeSlug":"large"}

ଏହି ଅଗ୍ନିକାଣ୍ଡ ଶାହାବାଦ ଓ ରୋହିଣୀ ମଧ୍ୟବର୍ତ୍ତି ଅଞ୍ଚଳ ସେକ୍ଟର ୨୮ ବଙ୍ଗାଳୀ ବସ୍ତିରେ ହୋଇଛି। ବିଳମ୍ବିତ ସନ୍ଧ୍ୟାରେ ହୋଇଥିବା ଏହି ଅଗ୍ନିକାଣ୍ଡ ଦେଖୁ ଦେଖୁ ସାରା ବସ୍ତିକୁ ବ୍ୟାପୀଯାଇଥିଲା। ଏଥିରେ ଅନେକ ଘରଦ୍ୱାର ଜଳିଯାଇଥିବା ବେଳେ ଘଟଣାସ୍ଥଳରେ ୧୨ଟି ଦମକଳ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ସେହିପରି ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନି। ନିଆଁ ଆୟତ୍ତ ହେବା ପରେ  ଏ ନେଇ ବିସ୍ତୃତ ସୂଚନା ମିଳିପାରିବ ବୋଲି ଦମକଳ ବିଭାଗ କର୍ମଚାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.