କଲିକତା ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ ; ୨୫୦ଜଣ ରୋଗୀ ଉଦ୍ଧାର
3/10/2018 at 1:49 PM

କଲିକତା ୩|୧୦: କଲିକତା ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ମୃତାହତଙ୍କ ସଂଖ୍ୟା ଜଣାପଡିନାହିଁ । ମେଡିକାଲରୁ ୨୫୦ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ନିଆଁଲିଭା କାର୍ଯ୍ୟରେ ଦମକଳବାହିନୀର ୧୦ଟି ଲାଗିଛି । ସକାଳୁ ମେଡିକାଲର ଫାର୍ମାସି ବିଭାଗରେ ପ୍ରଥମେ ନିଆଁ ଲାଗିଥିଲା । ନିଆଁ ଓ ଧୂଆଁ ଯୋଗୁଁ ରୋଗୀ ଅଣନିସ୍ବାସୀ ହୋଇପଡିଥିଲେ । କେତେକ ରୋଗୀ ଏବଂ ସଂପର୍କୀୟ ଛାତରୁ ଡେଇଁ ମଧ୍ୟ ପଡିଥିଲେ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମେଡିକାଲକୁ ଖାଲି କରାଯାଉଛି । ୧୯୪୮ରେ ନିର୍ମିତ ହୋଇଥିବା ଏହି ମେଡିକାଲ କଲିକତାର ସବୁଠୁ ପୁରୁଣା ହସ୍ପିଟାଲ । ଏହା କଲିକତା ବିଶ୍ବବିଦ୍ୟାଳୟ ଓ ପ୍ରେସିଡେନ୍ସି କଲେଜ ନିକଟରେ ଅବସ୍ଥିତ ।
Related Posts
୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20 January 2021
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20 January 2021
ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍
20 January 2021