Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଶ୍ଚିମବଙ୍ଗ ହୁଗୁଳି ବିଜେପି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ତୃଣମୂଳ ବିରୋଧରେ ଅଭିଯୋଗ ଆଣିଲେ କାର୍ଯ୍ୟକର୍ତ୍ତା

2/05/2021 at 6:57 PM

ଆରାମବାଗ ୨।୫: ପଶ୍ଚିମବଙ୍ଗ ହୁଗୁଳି ଆରାମବାଗସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ଅଗ୍ନିକାଣ୍ଡ ଘଟିଛି। ସମଗ୍ର କାର୍ଯ୍ୟାଳୟଟି ଜଳିପୋଡି ଛାରଖାର ହୋଇଯାଇଥିବା ବେଳେ ତୃଣମୂଳ ସମର୍ଥକ ନିଆଁ ଲଗାଇଥାଇପାରନ୍ତି ବୋଲି ବିଜେପି କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକୁ ତୃଣମୂଳ ଅସ୍ୱୀକାର କରିଛି।

ମେ ୨ତାରିଖ ରବିବାର ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣନା ଚାଲିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ନିର୍ବାଚନ ଫଳାଫଳରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ଲାଭ କରି ରାଜ୍ୟରେ କ୍ଷମତାକୁ ଫେରିଥିବା ବେଳେ ବିଜେପିର ବିଜୟ ଆଶା ପାଣି ହୋଇଯାଇଛି। ଏଥିର ଆରାମବାଗସ୍ଥିତ ବିଜେପି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ଭିଡିଓ ଅମିତ ମାଲବ୍ୟ ତାଙ୍କ ଟ୍ୱିଟରେ ସେୟାର କରି ତୃଣମୂଳକୁ ଏଥିଲାଗି ଦାୟି କରିଛନ୍ତି।

ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ତୃଣମୂଳ ଗୁଣ୍ଡାମାନେ ଏହି କାଣ୍ଡ କରିଥିବା ମାଲବ୍ୟ ଅଭିଯୋଗ କରିଥିବା ବେଳେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବେଙ୍ଗଲରେ ବିଜେପିକୁ ନିୟମିତ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଘୋଷଣା ନୁହେଁ ପ୍ରଚାର କାଳରେ ମଧ୍ୟ ବ୍ୟାପକ ହିଂସା ହୋଇଥିବା ବେଳେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି।

ତୃଣମୂଳ ଓ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ବରାବର ମୁହାଁ ମୁହିଁ ହେବା ସହ ହିଂସା ଭିଆଉଥିଲେ। ଏଥିଲାଗି କେବେ ବିଜେପି ତ କେବେ ତୃଣମୂଳ ପରସ୍ପର ବିରୋଧରେ ଅଭିଯୋଗ ମଧ୍ୟ ଆଣୁଥିଲେ।     

   Related Posts