ଆଣ୍ଟାର୍କଟିକାରେ ଥିଲା ଘଞ୍ଚ ଜଙ୍ଗଲ, ସେତେବେଳେ ପୃଥିବୀରେ ଥିଲେ ଡାଇନୋସର : ଜଙ୍ଗଲ ନିଆଁରେ ବରଫାବୃତ୍ତ ମହାଦେଶ-ଲୋପ ପାଇଲେ ଡାଇନୋସର

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ, ୨୯।୧୦ :  ପୂର୍ବରୁ ଜଳୁଥିଲା ଆଣ୍ଟାର୍କଟିକା । ୭୫ ମିଲିୟନ ବର୍ଷ ପୂର୍ବରୁ ଆଣ୍ଟାର୍କଟିକା ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିଲା । ଏକ ନୂଆ ଗବେଷଣାରୁ ଏନେଇ ଖୁଲାସା ହୋଇଛି । କ୍ରେଟୋସିୟସ ବା ୧୦୦ ମିଲିୟନ ବର୍ଷ ପୂର୍ବରୁ ପୃଥିବୀର ତାପମାତ୍ରା ଅଧିକ ରହୁଥିଲା । ସେହି ସମୟରେ ଆଣ୍ଟାର୍କଟିକାର ଜେମ୍ସ ରସ୍ ଦ୍ୱୀପରେ ଭୟଙ୍କର ନିଆଁ ଲାଗିଥିଲା । ଫଳରେ କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ନିଆଁ ପ୍ରଭାବରେ ଅନେକ କାଠ କୋଇଲା ହୋଇଯାଇଥିଲା । ଯାହାକୁ ଏବେ ବୈଜ୍ଞାନିକମାନେ ଗବେଷଣାରେ ବ୍ୟବହାର କରୁଛନ୍ତି ।

ବୈଜ୍ଞାନିକ ଓ ଗବେଷଣା କରୁଥିବା ଗବେଷକଙ୍କ ଟିମ୍‌ର ମୁଖ୍ୟ ଫ୍ଲୋବିୟାନା ଜର୍ଜ ଡି କହିଛନ୍ତି ଯେ, କ୍ରେଟୋସିୟସ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିଲା । ଏହି ଘଟଣା ସାଧାରଣ ନିଆଁଠୁ ଅଧିକ ଉଗ୍ର ରହିଥିଲା । ଜେମ୍ସ ରସ୍ ଦ୍ୱୀପରେ ଥିବା ଏକ ପ୍ରାଚୀନ କୋଇଲାରୁ ଏନେଇ ଖୁଲାସା ହୋଇଛି । ଯାହା ଏକ ବଡ ପ୍ରମାଣ । ଏହି ସମୟରେ ଦକ୍ଷିଣ ଆମେରିକା ଆଣ୍ଟର୍କଟିକାର ଅଂଶବିଶେଷ ଥିଲା ।

ଗବେଷକକଙ୍କ କହିବାନୁସାରେ, ଏହି ନିଆଁ ପ୍ରମାଣିତ କରୁଛି ଯେ ପୂର୍ବରୁ ପ୍ରାକୃତିକ ନିଆଁ ସ୍ୱାଭାବିକ ଥିଲା । ୨୦୧୫ରେ ଜଣେ ଗବେଷକ ପଶ୍ଚିମ ପ୍ରାନ୍ତରେ ଡାଇନୋସର ଯୁଗରେ ଜଙ୍ଗଲରେ ନିଆଁ ଲାଗୁଥିବା ବାବଦରେ ପ୍ରମାଣିତ କରିଥିଲେ । ଏବେକାର ଗବେଷଣାରେ ସେମାନେ କୋଇଲାର ଜୀବାଶ୍ମ ଯାଞ୍ଚ କରିଥିଲେ । ଏବେ ସେମାନେ ଆଣ୍ଟାର୍କଟିକାର ଅନ୍ୟସ୍ଥାନକୁ ଅନୁଧ୍ୟାନ କରୁଛନ୍ତି ।

ଗବେଷଣାର ତଥ୍ୟ ଗତ ଅକ୍ଟୋବର ୨୦ ତାରିଖରେ ପୋଲାର ରିସର୍ଚ୍ଚ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । ଆମେରିକାର ଅନେକ ଜଙ୍ଗଲରେ ମଧ୍ୟ ବହୁ ବର୍ଷ ପୂର୍ବରୁ ନିଆଁ ଲାଗିଥିବା ଜର୍ଣ୍ଣାଲରେ ଦର୍ଶାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.