କୋଲକାତାର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ୬ ଜଣଙ୍କ ମୃତ୍ୟୁ ଆଶଙ୍କା

Published By : Prameya-News7 Bureau | March 08, 2021 IST

କୋଲକାତା ୦୭/୦୩: ପଶ୍ଚିମବଙ୍ଗ ରାଜଧାନୀ  କୋଲକାତା​‌ରେ ଏକ ବିଲ୍ଡିଂର ୧୩ ତମ ତାଲାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ ନ୍ୟୁ କୋଲଘାଟ ବିଲ୍ଡିଂରେ ନିଆଁ ଲାଗିଛି।

ଘଟଣାସ୍ଥଳରେ ପୋଲିସ କର୍ମୀ ଏବଂ ଅଗ୍ନିଶମବାହିନୀ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। କେଇ ଜଣ ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏବେ ମୃତାହତଙ୍କ ସଠିକ୍‌ ସଂଖ୍ୟ କହିହେବ ନାହିଁ ବୋଲି ମନ୍ତ୍ରୀ ଫିରହାଦ ହକୀମ କହିଛନ୍ତି। ସେପଟେ ଲିଫ୍ଟରେ ଅଗ୍ନିଶମ କର୍ମଚାରୀ ଫସି ରହିଥିବା କୁହାଯାଉଛି।

ବିଲ୍ଡିଂର ୧୩ ତମ ତାଲାରେ ନିଆଁ ଲାଗିଛି ବୋଲି ପଶ୍ଚିମବଙ୍ଗ ଫାୟାର ଆଣ୍ଡ ଏମର୍ଜେନ୍ସି ସର୍ଭିସ୍‌ ମୁଖ୍ୟ ସୁଜିତ ବୋଷ କହିଛନ୍ତି। ଏହାସହ ମୃତାହତ ନେଇ କୌଣସି ସୂଚନା ମିଳିନଥିବା ମଧ୍ୟ ସେ କହିଛନ୍ତି। ଗଳି ସ୍ଥାନରେ ବିଲ୍ଡିଂଟି ଥିବାରୁ ସିଢ଼ି ମାଧ୍ୟମରେ ଅଗ୍ନିକାଣ୍ଡ ସ୍ଥାନରେ ପହଞ୍ଚିବା ସମ୍ଭବପର ହେଉନଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.