ରାୟଗଡାରେ ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

Published By : Prameya-News7 Bureau | November 23, 2018 IST

ରାୟଗଡା ୨୩|୧୧:  ରାୟଗଡା ରାୟକୋଲନୀରେ ଥିବା ଏକ ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କାରଖାନାରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । କାରଖାନାରେ ପେପର ପ୍ଲେଟ୍ ନିର୍ମ।ଣ କରାଯାଉଥିଲା । ତେବେ ପ୍ଲେଟ୍ ନିର୍ମ।ଣ ପାଇଁ ଯେଉଁ ପେପର ରଖାଯାଇଥିଲା ସେଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ କାରଖାନାରେ ଥିବା ସମସ୍ତ ପେପର ପ୍ଲେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣରୂପେ ପୋଡ଼ି ନଷ୍ଟ ହୋଇଯାଇଛି । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.