Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ, ୧ ମୃତ, ପୋଡି ହୋଇ ୭ ଆହତ

10/09/2021 at 9:24 PM

ବିରୁଦ୍ଧନଗର ୧୦।୯:  ତାମିଲନାଡୁ ବିରୁଦ୍ଧନଗର ଜିଲ୍ଲାରେ ଶୁକ୍ରବାର ଏକ ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବାଣ ବିସ୍ଫୋରଣ ଯୋଗୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ପୋଡି ହୋଇ ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିରେ ବେଆଇନ ବାଣ କାରଖାନାର ମାଲିକ ମଧ୍ୟ ଥିବା ଜଣାପଡିଛି। ଏହି କାରଖାନାକୁ ବାଲମୁରୁଗନ ନାମକ ଜନୈକ ବ୍ୟକ୍ତି ଚଳାଉଥିଲେ। ତାଙ୍କ ଶରୀରର ୬୫ ପ୍ରତିଶତ ପୋଡି ଯାଇଛି।

ପୋଲିସ ସୂଚନା ଅନୁସାରେ ବିରୁଦ୍ଧନଗର ଜିଲ୍ଲା ଭେମୁକୋଟ୍ଟୋଇର ଥାଇଲାପଟ୍ଟିରେ ଏହି ଦୁର୍ଘଟଣା ଘଟିଛି। ଘର ବାହାରେ ଏକ ଅସ୍ଥାୟୀ ଚାଳି କରି ବାଲମୁରୁଗାନଙ୍କ ପରିବାର ଲୋକେ ଆଗାମୀ ପାର୍ବଣ ଲାଗି ବାଣ ତିଆରି କରୁଥିଲେ। ବାରୁଦରେ ରସାୟନ ମିଶ୍ରଣ କାଳରେ ଦୁର୍ଘଟଣା ଘଟିଥିଲା। ଫଳରେ ଘରେ ଥିବା ସବୁ ଲୋକେ ବାରୁଦରେ ପୋଡି ହୋଇଯାଇଥିବା ବେଳେ ପ୍ରସ୍ତୁତ ବାଣ ମଧ୍ୟ ବିସ୍ଫୋରଣ ହୋଇଥିଲା।

ପୋଲିସ ମୃତାହତଙ୍କ ଚିହ୍ନଟ କରିଛି। ୬୦ ବର୍ଷ ବୟସ୍କ ଷଣମୁଗରାଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଲମୁରୁଗନ (୩୦), ମୁଥୁରାଜ (୪୦),ସୀତାଲକ୍ଷ୍ମୀ (୩୮),ସେଲଭମରୀ (୪୦), ସୁଗନ୍ଧୀ (୨୪) ଓ ମୁଥୁମୁନେଶ୍ୱରୀ (୨୮) ଭାବେ ଚିହ୍ନଟ ହୋଇଛନ୍ତି। ଷଣମୁଗରାଜ ୧୦୦ ପ୍ରତିଶତ ଜଳି ଯାଇଥିବା ବେଳେ ବାଲମୁରୁଗନ ୬୫ ପ୍ରତିଶତ ପୋଡି ହୋଇ ଆହତ ହୋଇଛନ୍ତି। ସମସ୍ତଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଗକୁ ପାର୍ବଣ ଋତୁ ଏଥିରେ ହେବାକୁ ଥିବା ଆତଶବାଜୀ ଲାଗି ତାମିଲନାଡୁର ଘରେ ଘରେ ଏବେ ବାଣ କାରଖାନା ଖୋଲି ଯାଇଛି। ବିରୁଦ୍ଧନଗର ଜିଲ୍ଲାପାଳ ମେଗାନାଥ ରେଡ୍ଡୀ ଜିଲ୍ଲାରେ ବୁଲି ବୁଲି ବାଣ କାରଖାନା ବନ୍ଦ କରୁଥିବା ବେଳେ ଥଇଲାପଟ୍ଟିରେ ଏହି ଦୁର୍ଘଟଣା ଘଟିଛି। ତେବେ ଜିଲ୍ଲାରେ ବେଆଇନ ବାଣ କାରଖାନାରେ ଦୁର୍ଘଟଣା ନୂଆ କଥା ନୁହେଁ। ପ୍ରତିବର୍ଷ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନୀ ହେଉଛି। ଏଥିଲାଗି ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଏପରି କାମ ବନ୍ଦ କରୁ ନାହାନ୍ତି।

   Related Posts