ତ୍ରିରଙ୍ଗାର ଅପମାନ ! ଆମାଜନର ସିଇଓ, ଅଧିକାରୀଙ୍କ ବିରୋଧରେ ମଧ୍ୟ ପ୍ରଦେଶରେ ରୁଜୁ ହେବ ମାମଲା

Published By : Prameya-News7 Bureau | January 25, 2022 IST

ଭୋପାଳ,୨୫/୦୧:  ଆମାଜନର ମାଲିକ ଏବଂ ଅଧିକାରୀଙ୍କ ବିରୋଧରେ ରୁଜୁ ହେବ ମାମଲା। ଜାତୀୟ ପତାକାର ଅପମାନ କରିଥିବା ଅଭିଯୋଗରେ ମଧ୍ୟ ପ୍ରଦେଶରେ ଏହି ମାମଲା ରୁଜୁ ହେବ। ରାଜ୍ୟର ଗୃହ ମନ୍ତ୍ରୀ ନିରୋତ୍ତମ ମିଶ୍ର ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି

wp:html /wp:html

ରାଜ୍ୟର ଗୃହ ମନ୍ତ୍ରୀ କହିଛନ୍ତି, ‘ଅନଲାଇନ ଇ-କମର୍ସ କମ୍ପାନୀ ଆମାଜନ ଦ୍ୱାରା ବିକ୍ରି କରାଯାଉଥିବା ଉତ୍ପାଦ ଉପରେ ଆମର ଜାତୀୟ ପତାକା ବ୍ୟବହାର କରାଯାଉଛି । ଜୋତା ଉପରେ ମଧ୍ୟ ଏହାର ବ୍ୟବାହର କରାଯାଉଛି, ଏହା ଗ୍ରହଣଯୋଗ୍ୟ ନୁହେଁ । ଏହା ନିୟମର ଉଲ୍ଲଂଘନ । ଏହା ମାମଲାରେ ଆମାଜନର ମାଲିକ ଏବଂ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.