ଲଖିମପୁର ମାମଲାରେ ଏଫଆଇଆର: ଗୃହ ରାଜ୍ୟମନ୍ତ୍ରୀ ଓ ତାଙ୍କ ପୁଅ ବିରୋଧରେ ଷଡଯନ୍ତ୍ର ରଚିଥିବା ଅଭିଯୋଗ

Published By : Prameya-News7 Bureau | October 05, 2021 IST

ଲକ୍ଷ୍ନୌ ୦୫/୧୦ : ଉତ୍ତର ପ୍ରଦେଶ ଲଖିମପୁର ଖିରି ହୋଇଥିବା କୃଷକଙ୍କ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ, ରୁଜ୍ଜୁ ହୋଇଥିବା ମାମଲାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ସୁଚିନ୍ତିତ ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଜଣଙ୍କ ସହ ଏଫଆଇଆରରେ ୧୫-୨୦ ଅଜଣା ଲୋକଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଏଫଆଇଆରରେ ହତ୍ୟା ଓ  ଦୁର୍ଘଟଣା ଜନିତ ମୃତ୍ୟୁ ଧାରା ଲଗାଯାଇଛି। ଏଫଆଇଆରରେ ଅଜୟ ମିଶ୍ରଙ୍କ ଭାଇରାଲ ଭିଡିଓ ବିଷୟରେ ମଧ୍ୟ କୁହାଯାଇଛି। ଏଫଆଇଆର ଅନୁଯାୟୀ, ଯେଉଁଦିନ ଗାଡି କୃଷକଙ୍କୁ ଧକ୍କା ଦେଇଥିଲା ଗାଡିର ବାମ କଡରେ ଆଶିଷ ବସିଥିଲେ।

ମାମଲାରେ ବିଜେପି କର୍ମୀ ସୁମିତ ଜୈସୱାଲ ମଧ୍ୟ ଏଫଆଇଆର ଦାଖଲ କରିଛନ୍ତି। ମାମଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏଥିରେ ହତ୍ୟା, ଦଙ୍ଗା ଏବଂ ମାରପିଟ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲା ଅନୁଯାୟୀ, ଗାଡିରେ ସୁମିତ ନିଜ ବନ୍ଧୁ ଶୁଭମ୍ ଏବଂ ଡ୍ରାଇଭର ହରିଓଁ ସହ ଥିଲେ। ଆକ୍ରମଣକାରୀ ଗାଡିରେ ବାଡ଼ି ଓ ପଥରରେ ଆକ୍ରମଣ କରିଥିଲେ। ଡ୍ରାଇଭର ହରିଓଁଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ପରେ ଡ୍ରାଇଭର ଗାଡିଟିକୁ ଅଟକାଇବା ପରେ ଆକ୍ରମଣକାରୀମାନେ ତାଙ୍କୁ ଟାଣି ନେଇ ବାଡ଼ି ଓ ଖଣ୍ଡାରେ ହମଲା କରିଥିଲେ। ଏହି ସମୟରେ ସୁମିତ ବନ୍ଧୁ ଶୁଭମଙ୍କ ସହ ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଆକ୍ରମଣକାରୀମାନେ ଶୁଭମ ମିଶ୍ରଙ୍କୁ ଧରି ପିଟିଥିଲେ।

ମାମଲାରେ ଉତ୍ତର ପ୍ରଦେଶ ସରକାର ସ୍ୱତନ୍ତ୍ର ଯାଞ୍ଚ ଟିମ ଗଠନ କରିବାକୁ ଘୋଷଣା କରିଛନ୍ତି। ଏସଆଇଟି ଟିମରେ ୬ ସଦସ୍ୟ ରହିବେ। ଟିମ ଘଟଣାର ପୁରା ଯାଞ୍ଚ କରିବ। ବୁଧବାର ଦିନ ନ୍ୟାୟିକ ଯାଞ୍ଚ କମିଟି ଗଠନ କରାଯିବ ଏବଂ ୪୮ ଘଣ୍ଟାରେ କମିଟି ଯାଞ୍ଚ ଆରମ୍ଭ କରିବ। ଏସଆଇଟି ତରଫରୁ ଆଇଜି ରେଞ୍ଜ ଲକ୍ଷ୍ମୀ ସିଂହ କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.