‘ଦ କପିଲ ଶର୍ମା ଶୋ’ ବିରୋଧରେ ମାମଲା, ଓକିଲ ଆଣିଲେ ଏମିତି ଅଭିଯୋଗ

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯: ଟେଲିଭିଜନର ବହୁ ଲୋକପ୍ରିୟ ଶୋ ‘ଦ କପିଲ ଶର୍ମା ଶୋ’ ଏବେ ବିବାଦରେ । ଏକ ଏପିସୋଡ୍‌ରେ ଦେଖାଯାଇଥିବା ସିନ୍‌ ପାଇଁ ବିବାଦ ଉପୁଜିଛି।  ଶୋ’ର ଏକ ଏପିସୋଡ୍‌ରେ ଆକ୍ଟର ଗୋଟିଏ କୋର୍ଟ ରୁମ୍‌​‌ରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ କିପିଲ ଶର୍ମା ଶୋ ବିରୋଧରେ ଏତଲା ଦିଆଯାଇଛି । କୋର୍ଟଙ୍କୁ ଅବମାନନା କରିବା ନେଇ ଅଭିଯୋଗ ହୋଇଛି।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା କୋର୍ଟରେ ‘ଦ କପିଲ ଶର୍ମା ଶୋ’ର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅଭିଯୋଗ କରିଥିବା ଓକିଲଙ୍କ ଅନୁସାରେ, ‘ସୋନୀ ଟିଭିରେ ପ୍ରସାରିତ ହେଉଥିବା ଦ କପିଲ୍‌ ଶର୍ମା ଶୋ ବହୁତ ଖରାପ। ଶୋର କଳାକାର କୋର୍ଟ ରୁମରେ ମଦ୍ୟପାନ କରୁଥିବା ଦେଖଯାଇଥିଲା। ଏହା କୋର୍ଟଙ୍କ ଅବମାନନା। ତେଣୁ ମୁଁ କୋର୍ଟରେ ଧାରା ୩୬/୩ ଅନୁଯାୟୀ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି।’

ତେବେ ଏହି ମାମଲାର ଶୁଣାଣି ଅକ୍ଟୋବର ୧ରେ ହେବ। ଯେଉଁ ଏପିସୋଡ୍‌ ପାଇଁ ଏହି ମାମଲା ହୋଇଛି ତାହା ଜାପୁଆରୀ ୨୦୨୦ରେ ପ୍ରସାରିତ ହୋଇଥିଲା। ଏଥିରେ କୋର୍ଟ ରୁମ୍‌କୁ ନଇେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଜଣେ କଳାକାର ନିଶାରେ ଥିବା ଭଳି ଅଭିନୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.