ଏନକାଉଣ୍ଟରମ୍ୟାନ୍ ଅଜୟପାଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ : ଠକେଇ ଏବଂ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ ଆଣିଲେ ମହିଳା

Published By : Prameya-News7 Bureau | March 09, 2020 IST

ଗାଜିଆବାଦ ୯/୩: ସିଙ୍ଘମ୍ ଏବଂ ଏନକାଉଣ୍ଟରମ୍ୟାନ୍ ଭାବେ ଜଣା ଯାଉଥିବା ଆଇପିଏସ୍ ଅଫିସର ଅଜୟପାଲ ଶର୍ମାଙ୍କ ବିରୋଧରେ ହଜରତଗଞ୍ଜ କୋତଓ୍ବାଲିରେ ମାମଲା ରୁଜୁ କରାଯାଇଛି। ନିଜକୁ ଅଜୟପାଲଙ୍କ ପତ୍ନୀ କହୁଥିବା ଦିପ୍ତି ଶର୍ମା ଗାଜିୟାବାଦର ଆସ୍ଥା ଆପାର୍ଟମେଣ୍ଟରେ ରୁହନ୍ତି। ସେ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ ଏବଂ ସୁପ୍ରିମ କୋର୍ଟରେ ଅଭ୍ୟାସ କରୁଛନ୍ତି।

ଦୀପ୍ତିଙ୍କ କହିବା ଅନୁସାରେ ଅଜୟପାଲ ୨୦୧୬ମସିହାରେ ଗାଜିଆବାଦରେ ଏସପି ସିଟିରେ ଥିବାବେଳର ଏହା ଘଟଣା। ସେତିକିବେଳେ ତାଙ୍କ ବିବାହ ଆଇପିଏସ ଅଜୟପାଲଙ୍କ ସହ ହୋଇଥିଲା। ଉଭୟଙ୍କ କୋର୍ଟ ମ୍ୟାରେଜ ହୋଇଥିଲା। ଦୀପ୍ତି କହିଥିଲେ ଯେ କୌଣସି କାରଣ ବଶତଃ ଉଭୟଙ୍କ ସମ୍ପର୍କରେ ମନାନ୍ତର ଦେଖାଯାଇଥିଲା। ଏହି ମାମଲାରେ ଦୀପ୍ତି ମହିଳା ଆୟୋଗ,ପୋଲିସ୍ ବିଭାଗ,ହାଇ କୋର୍ଟ ଏବଂ ସୁପ୍ରିମ କୋର୍ଟରେ ଅଭିଯୋଗ କରିଥିଲେ।

ହଜରତଗଞ୍ଜ ପୋଲିସ୍ ଅଜୟପାଲଙ୍କ ବିରୋଧରେ ଠକେଇ,ଅପରାଧ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ଦୀପ୍ତିଙ୍କ ଦ୍ବାରା କରାଯାଇଥିବା ଅଭିଯୋଗରେ ଅନ୍ୟ ପୋଲିସ୍ କର୍ମଚାରୀଙ୍କ ନାଁ ମଧ୍ୟ ରହିଛି।

ପୋଲିସର କହିବା ଅନୁସାରେ ମାମଲାର ତଦନ୍ତ ଚାଲିଛି। ଉଲ୍ଲେଖନୀୟ ଯେ ନୋଏଡ଼ାରୁ ହଟାଯାଇଥିବା ଆଇପିଏସ୍ ବୈଭବ କୃଷ୍ଣ ଯେଉଁ ୫ଜଣ ଅଫିସରଙ୍କ ବିରୋଧରେ ଅଭିଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ଅଜୟପାଲ ଶର୍ମା ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.