Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଶବଯାତ୍ରାରେ ଯୋଗ ଦେଇ ୧୫୦ଗିରଫ : ଗାଈର ମୃତ୍ୟୁ ପରେ ବାହାରିଥିଲା ଶେଷଯାତ୍ରା

23/05/2020 at 7:16 PM

ଅଲିଗଡ଼ ୨୩/୫: କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପି ଲାଗିଥିବା ଲକଡାଉନ୍ ମଧ୍ୟରେ ଉତ୍ତରପ୍ରଦେଶର ଅଲିଗଡ଼ରେ ଚାଞ୍ଜଲ୍ୟକର ଘଟଣା ସାମନାକୁ ଆସିଛି। ଅଲିଗଡ଼ର ଜବାଂରେ ଗୁରୁବାର ଗାଈର ଶବଯାତ୍ରା ବାହାରିଥିବାବେଳେ ଲୋକେ ସୋସିଆଲ୍ ଡିସଟ୍ୟାନସିଂର ଅବମାନନା କରିଛନ୍ତି। ଏଥିରେ ପୋଲିସ୍ ୧୫୦ଜଣଙ୍କ ବିରୋଧରେ ମହାମାରୀ ଅଧିନିୟମ ଅନୁସାରେ ମାମଲା ରୁଜୁ କରିଛି।

ମୈମଡ଼ି ଗାଁ ବାସିନ୍ଦା ଦିନେଶ ଚନ୍ଦ୍ର ଶର୍ମାଙ୍କ ଗାଁରେ ଏକ ଦୋକାନ ରହିଛି। ତାଙ୍କ ଦୋକାନ ସାମନାରେ ଗୁରୁବାର ସକା​‌ଳେ ଏକ ଅସୁସ୍ଥ ଗାଈର ମୃତ୍ୟୁ ହୋଇଯାଇଥିଲା। ଗାଁଲୋକେ ନିଷ୍ପତ୍ତି ନେଇଥିଲେ ଯେ ଗାଈର ଶବଯାତ୍ରା ବାହାର କରାଯାଉ। ଏଥିରେ ପାଖାପାଖି ୧୦୦ମହିଳା ଏବଂ ୫୦ଜଣ ପୁରୁଷ ସାମିଲ ହୋଇଥିଲେ।

ସୂଚନା ପାଇ ଜବାଂର ଏସଓ ଏବଂ ଏସଆଇ ଗାଁକୁ ପହଞ୍ଚିଥିଲେ। ପୋଲିସ୍ ଗାଈର ଶବ ଜେସିବି ମେସିନ୍ ମଗାଇ ପୋତିଥିଲା। ପୋଲିସ୍ ୧୫୦ଜଣଙ୍କ ବିରୁଦ୍ଧରେ ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ମାମଲା ରୁଜୁ କରିଛି।

   Related Posts