Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ପିଏମ କେୟାର ଫଣ୍ଡ ସମ୍ବନ୍ଧରେ ଭୁଲ ତଥ୍ୟ ଦେବା ଅଭିଯୋଗରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜ୍ଜୁ

21/05/2020 at 1:46 PM

ନୂଆଦିଲ୍ଲୀ ୨୧/୦୫ : ଦେଶରେ କରୋନା ସଙ୍କଟ ବଢି ଚାଲିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି | କର୍ଣ୍ଣାଟକ ସିମୋଗ ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି | ଅଭିଯୋଗ ହୋଇଛି ଯେ, କଂଗ୍ରେସ ଦଳ ପିଏମ କେୟାର ଫଣ୍ଡକୁ ନେଇ ସୋସିଆଲ ମିଡ଼ିଆରେ ଭୁଲ ସୂଚନା ଦେଉଛି, ଯେଉଁଥିପାଇଁ ଭ୍ରମ ପରିସ୍ଥିତି ସୃଷ୍ଟି ହୋଇଛି |

ସୂଚନା ଅନୁଯାୟୀ, ଏଫଆଇଆରରେ ଦାବି କରାଯାଇଛି ଯେ, ମେ ୧୧ ତାରିଖରେ କଂଗ୍ରେସ ତରଫରୁ ସୋସିଆଲ ମିଡ଼ିଆରେ ଭୁଲ ତଥ୍ୟ ପ୍ରଦାନ କରାଯାଇଥିଲା ଏବଂ କେନ୍ଦ୍ର ସରକାରଙ୍କ ଉପରେ ଅନେକ ମିଛ ଏବଂ ଗମ୍ଭୀର ଆରୋପ ଲଗାଯାଇଥିଲା | ପିଏମ କେୟାର ଫଣ୍ଡ ସମ୍ବନ୍ଧୀୟ ଅନେକ ଭୁଲ ତଥ୍ୟ ଦିଆଯାଇଥିଲା | ଅଭିଯୋଗକାରୀ ପ୍ରବୀଣ ପେସାରେ ଜଣେ ଓକିଲ | ସେ ସୋନିଆ ଗାନ୍ଧୀଙ୍କ ବିରୋଧରେ ଧାରା ୧୫୩, ୫୦୫ ରେ ମାମଲା ରୁଜ୍ଜୁ କରିଛନ୍ତି | ସୋନିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏଫଆଇଆରରେ ଦାବି କରିଛନ୍ତି |

ସୂଚନାଯୋଗ୍ୟ ଯେ, ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ତମାମ ବଡ ବଡ ନେତା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି | କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ, ପ୍ରବାସୀ ଶ୍ରମିକ ହଜାର ହଜାର କିଲୋମିଟର ଚାଲି ଚାଲି ଯାଉଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଅସହାୟ ଶ୍ରମିକଙ୍କୁ ସାହାଯ୍ୟ କରୁନାହାନ୍ତି | ସୂଚନା ଅନୁଯାୟୀ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଲକ ଡାଉନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନୀତିକୁ ଆକ୍ଷେପ କରୁଥିବା କଂଗ୍ରେସ ମେ ୨୨ ତାରିଖରେ ବିରୋଧୀ ଦଳ ସହ ବୈଠକ ଡାକିଚି | ବୈଠକ ମେ ୨୨ ତାରିଖ, ଶୁକ୍ରବାର ଦିନ ଅପରାହ୍ନ ୩ଟା ରେ ଭିଡିଓ କନଫରେନସିଂ ଜରିଆରେ ହେବ | ପ୍ରଥମଥର ପାଇଁ କୌଣସି ବିରୋଧୀ ଦଳ ବୈଠକରେ ଉଦ୍ଧବ ଠାକରେ ସାମିଲ ହେବେ |

   Related Posts