Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଦୋକାନରେ ବିକ୍ରି କରୁଥିଲେ ‘ଠାକୁର୍‌’ ଲେଖା ଜୋତା, ମୁସଲମାନ ଯୁବକଙ୍କ ବିରୋଧରେ ଏତଲା ଦେଲେ ବଜରଙ୍ଗ ଦଳ ନେତା

5/01/2021 at 10:04 PM

ବୁଲନ୍ଦସର ୦୫/୦୧: ବଜାରରେ ମିଳୁଛି ‘ଠାକୁର୍‌’ ବ୍ରାଣ୍ଡର ଜୋତା ! ଅନେକ ଗୁଡ଼ିଏ କମ୍ପାନୀ ଅଛି ଯେଉଁମାନେ ଜୋତା ତିଆରି କରୁଛନ୍ତି। କିନ୍ତୁ ‘ଠାକୁର୍‌’ ବ୍ରାଣ୍ଡର ଜୋତା ହୁଏତ ପ୍ରଥମ। ଯଦିଓ ଏହି ବ୍ରାଣ୍ଡ ପ୍ରଥମେ ଶୁଣୁଥିବେ କିନ୍ତୁ ଏହାକୁ ନେଇ କଥା ଥାନାରେ ପହଞ୍ଚିଛି। ଜୋତା ବିକ୍ରି କରୁଥିବା ଜଣେ ମୁସଲମାନ ଯୁବକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ବି ଆରମ୍ଭ ହୋଇଛି।

ଉତ୍ତରପ୍ରଦେଶର ବୁଲନ୍ଦସରରେ ଜଣେ ମୁସଲମାନ ଦୋକାନୀ ଏହି ବ୍ରାଣ୍ଡର ଜୋତା ବିକ୍ରି କରୁଥିବା ଜଣାପଡ଼ିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା। ‘ଦ କ୍ବିଣ୍ଟ’ କୁ ପ୍ରତିକ୍ରିୟା ଦେଇ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିଶାଳ ଚୌହାନ କହିଛନ୍ତି, ‘ ମୁଁ ଆମର ଜଣେ କାର୍ଯ୍ୟକର୍ତ୍ତାଙ୍କ ପାଖରୁ ଖବର ପାଇଲି ଯେ ନାଶିର ନାମକ ଜଣେ ମୁସଲିମ୍‌ ଦୋକାନୀ ଠାକୁର ବ୍ରାଣ୍ଡର ଜୋତା ବିକ୍ରି କରୁଛନ୍ତି। ଆମେ ଯାଇ ଏନେଇ ଦେଖିବା ପରେ ସମ୍ପୃକ୍ତ ଦୋକାନୀଙ୍କୁ ଥାନାକୁ ନେଇଥିଲୁ। ଏବେ ପୋଲିସ ଜୋତା ନିର୍ମାତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି।’

ମିଳିଥିବା ସୂଚନା ଅନୁସାରେ ମୁସଲାମାନ ଦୋକାନୀଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ, ୩୨୩ ଓ ୫୦୪ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ। ମାମଲା ରୁଜୁ ହୋଇଥିଲେ ହେଁ ଦୋକାନୀଙ୍କୁ ଗିରଫ କରାଯାଇନାହିଁ ବରଂ ତାଙ୍କୁ କେବଳ ଥାନାକୁ ଡକାଯାଇଥିଲା ବୋଲି ପୋଲିସ କହିଛି । ତେବେ ମୁସଲମାନ ଯୁବକଙ୍କୁ ଗିରଫ କରାଯାଇଥିବା କହି ଲୋକେ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। ଜୋତା ନିର୍ମାତାଙ୍କୁ ଗିରଫ କରାଯାଉ ବୋଲି ଦାବି ମଧ୍ୟ ହୋଇଛି।

ଅନ୍ୟ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ନାଶିର ପଚାରୁଛନ୍ତି ଯେ, ମୁଁ କଣ ଜୋତା ତିଆରି କରିଛି ? ଗ୍ରୁପରେ ଥିବା କେହି ଜଣେ ବ୍ୟକ୍ତି ତାଙ୍କୁ ଜବାବ ଦେଇ କହିଛନ୍ତି, ‘କାହିଁକି ସେଗୁଡ଼ିକୁ ତୁମେ ଏଠାରେ ବିକ୍ରି କରୁଛ ?’ ତେବେ ସୋଲ୍‌ରେ ‘ଠାକୁର୍‌’ ଲେଖା ରଖି ଏହି ସବୁ ଜୋତା କେଉଁ କମ୍ପାନୀ ତିଆାରି କରିଛି ତାହା ଜଣାପଡ଼ିନାହିଁ। ଏହି କମ୍ପାନୀ ‘ଠାକୁର ଫୁଟଓ୍ବୟେର କମ୍ପାନୀ’ ଆଗ୍ରାର ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଥିଲା। କିନ୍ତୁ କମ୍ପାନୀର ମାଲିକ କ୍ବିଣ୍ଟକୁ କହିଛନ୍ତି, ୪୦ ବର୍ଷର ଆମ କମ୍ପାନୀ, ଆମେ ‘ଠାକୁର’ ଲୋଗୋ ଲଗାଉନୁ। ତେଣୁ ବୁଲନ୍ଦସରର ଯୁବକ ଆମ ବ୍ରାଣ୍ଡ ଜୋତା ବିକ୍ରି କରୁନାହାନ୍ତି।

   Related Posts