ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାର ଭିଡିଓ ଭାଇରାଲ୍ : ସିଂହଦ୍ବାର ଥାନାରେ ଏତଲା

Published By : Prameya-News7 Bureau | October 26, 2019 IST

ପୁରୀ ୨୬|୧୦: ଶ୍ରୀମନ୍ଦିର ଉପରେ ଡ଼୍ରୋନ୍ ଉଡ଼ିବା ଘଟଣା ନେଇ ଭଏସ ଅଫ୍ କମନ୍ ମ୍ୟାନ୍ ତରଫରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। କିଛିଦିନ ତଳେ ଶ୍ରୀମନ୍ଦିର ଉପରେ ବାରମ୍ୱାର ଡ଼୍ରୋନ୍ ଉଡ଼ୁଥିବା ନେଇ ପ୍ରଥମେ ଏକ ସପ୍ତାହ ଧରି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡ଼ିଓ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ଶ୍ରୀମନ୍ଦିର ଆଇନ୍ ଉଲଘଂନ କରୁଥିବା ନେଇ ଲିଖିତ ଅଭିଯୋଗ ହୋଇଛି।

ବେଆଇନ୍ ଭାବେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଡ଼୍ରୋନ୍ ଉଡ଼ାଉଥିବା ଅନୁଷ୍ଠାନ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀରେ ଭଏସ୍ ଅଫ୍ କମନ୍ ମ୍ୟାନ୍ ଦେଇଥିବା ଏତଲାରେ ଦର୍ଶଯାଇଛନ୍ତି। ପୁରାତନ ଐତିହ୍ୟ ଆଇନ ୧୯୬୦ କୁ ଏହା ଉଲଘଂନ କରିଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଲିଖିତ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.