Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ : ଥାନାରେ ଏତଲା, ଭାଇରାଲ ଭିଡିଓ ନେଇ ପୋଲିସର ଛାନଭିନ୍

26/01/2021 at 9:59 AM

ସାଲେପୁର ୨୬।୧: ମକର ମେଳାକୁ ଯାଇଥିବା ବେଳେ ଗଣଦୁଷ୍କର୍ମ ଘଟଣାକୁ ନେଇ ସାଲେପୁର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସର ଛାନଭିନ୍ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୪ ତାରିଖ ମକର ସଂକ୍ରାନ୍ତି ଅବସରରେ ବଟେଶ୍ବର ଗ୍ରାମର ମା’ ଭଗବତୀ ପୀଠରେ ମକର ମେଳା ଅନୁଷ୍ଠିତ ହେଉଥିଲା । ଏହି ସମୟରେ ଉକ୍ତ ସନ୍ଧ୍ୟାରେ ୧୩ବର୍ଷର ଜଣେ ନାବାଳିକା ମେଳା ଦେଖିବାକୁ ଆସିଥିବା ବେଳେ ନାବାଳିକା ଜଣଙ୍କ ମେଳାରେ ଏକୁଟିଆ ବୁଲୁଥିବା ସୁଯୋଗ ନେଇ ୫ରୁ ୬ଜଣ ନାବାଳକ ଉକ୍ତ ନାବାଳିକାଙ୍କୁ କୌଶଳକ୍ରମେ ଟେକିନେଇ ଚିତ୍ରୋତ୍ପଳା ନଦୀ ପଠାରେ ଗଣ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣଙ୍କୁ ଧମକଚମକ ଦେଇ ଯଦି ଏହି ଘଟଣା କାହା ଆଗରେ ପ୍ରକାଶ କରିବୁ ଜୀବନରୁ ମାରିଦେବେ ବୋଲି କହିଥିଲେ ।

ପରେ ରାତିରେ ୨ଟାରେ ନାବାଳିକା ଜଣଙ୍କ ଘରେ ପହଞ୍ଚିଥିଲେ । ଏ ଘଟଣା ବିଷୟରେ ଘରେ କିଛି କହିନଥିଲା । ଅଭିଯୁକ୍ତମାନେ ଘଟଣା ଘଟାଇବା ସମ୍ପର୍କରେ କଥାବାର୍ତ୍ତା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ନାବାଳିକାଙ୍କ ମା’ ଜାଣିବା ପରେ ସାଲେପୁର ଥାନାରେ ୨୪ ତାରିଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପୋଲିସ ଅଭିଯୋଗ ପାଇ ଛାନଭିନ୍ କରୁଛି ।

   Related Posts