ଲାଗିଥିବା ଗଛକୁ ଉପାଡିଦେଲେ , ଏବେ ଥାନାରେ ୩ଜଣଙ୍କ ନାଁରେ ଏତଲା

Published By : Prameya-News7 Bureau | September 02, 2020 IST

ଭଦ୍ରକ ୦୨।୦୯ :  ସ୍ୱାଧୀନତା ଦିବସ ରେ ବନ ମହୋତ୍ସବ ପାଳନ ହୋଇଥିଲା । ଗାଁର ଯୁବକ ସଂଘ ୮୦ରୁ ଅଧିକ ବୃକ୍ଷ ରୋପଣ କରିଥିଲଲେ । ସରକାରୀ ଜମିରେ ବୃକ୍ଷ ରୋପଣ ହୋଇଥିବାରୁ ଗାଁର କେତେ ଜଣ ଯୁବକ ଗଛ ଗୁଡିକୁ ଉପାଡି ଦେଇଥିଲେ । ଏବେ ଏହି ତିନି ଜଣଙ୍କ ନାମରେ ଏତଲା ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଚକ ପଞ୍ଚାୟତ ଦଳେଇସାହିରେ ଘଟଣା ଘଟିଛି ।

{"id":323825,"sizeSlug":"large"}

ତେବେ ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ଗାଁର ଜୟ ଜଗନ୍ନାଥ ଯୁବକ ସଂଘର ସଭ୍ୟ ମାନେ ସ୍ୱାଧୀନତା ଦିବସ ଅବସରରେ  ବନ ମହୋତ୍ସବ ପାଳନ କରିଥିଲେ ।  ବନ ବିଭାଗରୁ ୮୦ଟି ଗଛ ଚାରା ନେଇ ଗାଁର ବିଭିନ୍ନ ସ୍ଥାନରେ ଲଗାଇଥିଲେ । କିନ୍ତୁ ସରକାରୀ ଜମିରେ ବୃକ୍ଷ ରୋପଣକୁ ନେଇ ବିବାଦ ଆରମ୍ଭ ହୋଇଥିଲା  । ଗାଁର ତିନି ଜଣ ଯୁବକ ଗଛକୁ ଉପାଡି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜୟ ଜଗନ୍ନାଥ ଯୁବକ ସଂଘ ତିହିଡି ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏବେ ଗଛ ଉପାଡି ଥିବା ତିନି ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.