Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ : ରାସ୍ତା କାମରେ ହୋଇଥିବା ଅନିୟମିତତା ଉପରେ ତଦନ୍ତ ନିର୍ଦେ୍ଶ

7/06/2019 at 6:06 PM

ବଲାଙ୍ଗୀର ୭/୬: ପାଟଣାଗଡ଼ ବିଧାୟକଙ୍କ ଦାଦାଗିରି ଘଟଣାରେ ଆସିଛି ନୂଆ ମୋଡ଼ । କଣ୍ଟାବାଂଜିରୁ ଉଦ୍ଧାର ହେଲେ ଗତକାଲିଠୁ ନିଖୋଜ ଥିବା ଜେଇ ଜୟକାନ୍ତ ଶବର । ତେବେ ତାଙ୍କୁ କେହି ଅପହରଣ କରିନଥିଲେ ବରଂ ସେ ନିଜ ଇଚ୍ଛାରେ ନୂଆପଡ଼ା ତିଖାଲି ଡ୍ୟାମ୍‌କୁ ବୁଲିବାକୁ ଯାଇଥିଲେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଏଥି ସହ ଖୋଲିଛନ୍ତି ବିଧାୟକ ସରୋଜ କୁମାର ମେହେରଙ୍କ ଦାଦାଗିରିର କଚ୍ଚା ଚିଠା । ….

ଗଲା ଦୁଇ ଦିନ ଧରି ଅପମାନର ବୋଝକୁ ନିଜ ଛାତିରେ ଚାପି ରଖିଥିବା ଜେଇ, ଗଣମାଧ୍ୟମ କ୍ୟାମେରା ଆଗରେ ନିଜ କୋହ ସମ୍ଭାଳିପାରିନଥିଲେ । କଇଁ କଇଁ ହୋଇ କାନ୍ଦିବା ସହ ଘଟିଥିବା ପୂରା ଘଟଣା ଗୋଟି ଗୋଟି କରି ବଖାଣିଥିଲେ । କହିଲେ ବିଧାୟକଙ୍କ ନିର୍ଦେଶରେ ମାଡ଼ ମାରିଥିଲେ ନିର୍ବାହୀ ଯନ୍ତ୍ରୀ । ଏମିତିକି ମାଡ଼ ନମାରିଲେ ଉପସ୍ଥିତ ଲୋକେ ତାଙ୍କୁ ପିଟିବେ ବୋଲି ଧମକ୍‌ ଦେଇଥିଲେ । ତେବେ ତାଙ୍କୁ କେହି ଅପହରଣ କରିନଥିଲେ ବରଂ ସେ ନିଜ ଇଚ୍ଛାରେ ନୂଆପଡ଼ା ତିଖାଲି ଡ୍ୟାମ୍‌କୁ ବୁଲିବାକୁ ଯାଇଥିଲେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।

ସେପଟେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦଣ୍ଡ ଦେବା ଆଇନ୍‌ ବିରୁଦ୍ଧ ଦର୍ଶାଇ ଅଭିଯୁକ୍ତ ବିଧାୟକଙ୍କ ସରୋଜ କୁମାର ମେହେରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଡିପ୍ଲୋମା ଇଂଜିନୟର ସଂଘ । ସେହିଭଳି କନିଷ୍ଠ ଯନ୍ତ୍ରୀ ଜଣକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପାଟଣାଗଡ଼ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କର ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଛି ଜିଲ୍ଲା ଆଦିବାସୀ ସଂଘ । ଆଇପିସି ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦ ଓ ୩ ଆଟ୍ରୋସିଟି ଆକ୍ଟ ଅନୁସାରେ ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । କଣ୍ଟାବାଂଜିରୁ ଉଦ୍ଧାର କରିବା ସହ କନିଷ୍ଠ ଯନ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ପତ୍ନୀଙ୍କୁ ହସ୍ତାନ୍ତର କରାଯାଇ ତଦନ୍ତ ଜାରି ରହିଥିବା କହିଛନ୍ତି ପାଟଣାଗଡ ଏସଡିପିଓ । ସେହିଭଳି ରାସ୍ତା କାମରେ ହୋଇଥିବା ଅନିୟମିତତା ଉପରେ ମଧ୍ୟ ପାଟଣାଗଡ ଉପ-ଜିଲ୍ଳାପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଳାପାଳ।

   Related Posts