ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବିରୋଧରେ ମାମଲା ରୁଜୁ : ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ଅଭିଯୋଗ

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬/୧୨: ନିଜର ଆଗାମୀ ଫିଲ୍ମ ଆଦିପୁରୁଷରେ ରାବଣଙ୍କ ମନୁଷ୍ୟ ଦୃଷ୍ଟିକୋଣକୁ ଦର୍ଶାଉଥିବାକୁ ନେଇ ସୈଫ ଅଲ୍ଲୀ ଖାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୈଫ ଅଲ୍ଲୀ ଖାନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ଫିଲ୍ମରେ ରାବଣଙ୍କ ମାନବ ଦୃଷ୍ଟିକୋଣ ଏବଂ ସୀତାଙ୍କ ଅପହରଣକୁ ଠିକ୍ ଦର୍ଶାଇବାକୁ ଉଦ୍ୟମ କରାଯାଇଛି। ଏହାକୁ ନେଇ ବିବାଦ ହେବା ପରେ ସୈଫ ଅଲ୍ଲୀ ଖାନ୍ କ୍ଷମା ମଧ୍ୟ ମାଗିଥିଲେ। ଏବେ ଉତ୍ତରପ୍ରଦେଶର ଜଣେ ଓକିଲ ସୈଫ ଅଲ୍ଲୀ ଖାନ୍ ଏବଂ ଫିଲ୍ମର ଡାଇରେକ୍ଟର ଓମ୍ ରାଉତଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିବାର ମାମଲା ରୁଜୁ କରାଯାଇଛି। ଜୌନପୁରର ଅଡିସନାଲ୍ ଚିଫ ଜୁଡିସିଆଲ୍ ମାଜିଷ୍ଟେଟଙ୍କ କୋର୍ଟରେ ମାମଲାର ଶୁଣାଣି କରାଯିବ। କୋର୍ଟ ଆବେଦନ ଉପରେ ଶୁଣାଣି ପାଇଁ ଡିସେମ୍ବର ୨୩ ତାରିଖ ଧାର୍ଯ୍ୟ କରିଛି।

{"id":378113,"sizeSlug":"large","linkDestination":"none"}

ସିଭିଲ୍ କୋର୍ଟର ଓକିଲ କହିଛନ୍ତି ଯେ ହିମାଂଶୁ ଶ୍ରୀବାସ୍ତବ ନିଜ ଆବେଦନରେ କହିଛନ୍ତି ଯେ ସେ ସନାତନ ଧର୍ମର ଅନୁଯାୟୀ ଏବଂ ସୈଫ ଅଲ୍ଲୀ ଖାନଙ୍କ କଥାରେ ତାଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି। ସେ କହିଛନ୍ତି ଯେ ଭଗବାନ ରାମଙ୍କୁ ସଦଗୁଣର ପ୍ରତୀକ କୁହାଯାଇଥିବାବେଳେ ରାବଣଙ୍କୁ ବଦଗୁଣର ପ୍ରତୀକ ଭାବେ କୁହାଯାଇଥାଏ। ଆଦିପୁରୁଷ ଫିଲ୍ମରେ ରାବଣଙ୍କ ଭୂମିକାରେ ଅଭିନୟ କରୁଥିବା ସୈଫ ଅଲ୍ଲୀ ଖାନ୍ ଏକ ବୟାନରେ କହିଥିଲେ ଯେ,‘ ରାବଣ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଇଣ୍ଟେରଷ୍ଟିଙ୍ଗ ରହିବ। କିନ୍ତୁ ଫିଲ୍ମରେ ରାବଣଙ୍କୁ ସେମାନେ ମାନବ ଦୃଷ୍ଟିକୋଣ ସହ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି। ଏହା ବ୍ୟତୀତ ସୀତାଙ୍କ ଅପହରଣ ଏବଂ ରାମଙ୍କ ସହ ଯୁଦ୍ଧକୁ ମଧ୍ୟ ପ୍ରତିଶୋଧ ଭାବେ ଦେଖାଇବାକୁ ଉଦ୍ୟମ କରିଛନ୍ତି କାରଣ ରାବଣଙ୍କ ଭଉଣୀ ସୂର୍ପଣଖାଙ୍କ ନାକ ଲକ୍ଷ୍ମଣ କାଟିଥିଲେ।’

{"id":378114,"sizeSlug":"large","linkDestination":"none"}

ବିବାଦ ହେବା ପରେ ସୈଫ ଅଲ୍ଲୀ ଖାନ୍ କହିଥିଲେ ଯେ ତାଙ୍କ ବୟାନକୁ ସେ ଫେରାଉଛନ୍ତି ଏବଂ ଯଦି କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି ତେବେ ସେ କ୍ଷମା ମାଗୁଛନ୍ତି। ହିମାଂଶୁ ଶ୍ରୀବାସ୍ତବ ନିଜ ଆବେଦନରେ ଦାବି କରିଛନ୍ତି ସୈଫ ଅଲ୍ଲୀ ଖାନ୍ ନିଜ ସାକ୍ଷାତକାରରେ ସନାତନ ଧର୍ମରେ ଆସ୍ଥାକୁ ନକରାତ୍ମକ ଢ଼ଙ୍ଗରେ ଦେଖାଇବାକୁ ଉଦ୍ୟମ କରିଛନ୍ତି। କେବଳ ଏତିକି ନୁହେଁ ଶ୍ରୀବାସ୍ତବ ନିଜ ଆବେଦନରେ କିଛି ଲୋକଙ୍କୁ ସାକ୍ଷୀ ଭାବେ ଆଣିଛନ୍ତି। ସେ କହିଛନ୍ତି ଯେ ଏହି ସାକ୍ଷୀମାନେ ମଧ୍ୟ ଇଣ୍ଟରଭ୍ୟୁକୁ ଅନଲାଇନ୍ ଦେଖିଛନ୍ତି ଏବଂ ସେମାନଙ୍କ ମତରେ ଏହା ଦ୍ବାରା ତାଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି।  

{"id":378115,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.