ନେଇଥିଲେ ୭୫ ହଜାର, ଦେଲେନି ଚାକିରି, ଆରଟିଓଙ୍କ ନାଁରେ ଥାନାରେ ମାମଲା...

Published By : Prameya-News7 Bureau | February 24, 2020 IST

ନରଙ୍ଗପୁର୨୪/୨: ନବରଙ୍ଗପୁର ଆର.ଟି.ଓ Ganeswara kauanra ଙ୍କ ଲାଞ୍ଚ କାରବାର ଘଟଣା ଦାଣ୍ଡରେ ପଡି ହାଟରେ ଗଡିବା ପରେ ଏବେ ଯାଇ ଥାନାରେ ପହଞ୍ଚିଛି। ଆର.ଟି.ଓ ଅଫିସରେ ଅସ୍ଥାୟୀ କର୍ମଚାରୀ ଲକ୍ଷ୍ମୀଧର ହରିଜନ ଆରଟିଓଙ୍କ ବିରେ।ଧରେ ଥାନାରେ ଏତଲା ଦେଇଛନ୍ତି । ଆର.ଟି.ଓ ଙ୍କ ଦ୍ଵାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କର ୧୬ ମାସର ବକେୟା ଦରମା ଦେଉନଥିବା କଥା କହିଛନ୍ତି।

ସେ ଏତଲାରେ ଦର୍ଶାଇଛନ୍ତି । ଆର.ଟି.ଓ Ganeswara kaunara ଓ ଲକ୍ଷ୍ମୀଧର ମଧ୍ୟରେ ଟଙ୍କା ଫେରସ୍ତକୁ ନେଇ ହୋଇଥିବା ଯୁକ୍ତିର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ନମ୍ବରରୁ କଲ କରି ଲକ୍ଷ୍ମୀଧରଙ୍କୁ ହତ୍ୟା ଧମକ୍ ଦେଉଥିବା ଏତେଲ।ରେ ଲେଖାଯାଇଛି । ଲକ୍ଷ୍ମୀଧର ହରିଜନ ସ୍ଥାନୀୟ ନବରଙ୍ଗପୁର ଆର.ଟି.ଓ ଅଫିସରେ ଅସ୍ଥାୟୀ କର୍ମଚାରୀ ରୂପେ କାର୍ଯ୍ୟ କରି ଆସୁଥିଲା।

wp:html /wp:html

ଆର.ଟି.ଓ ଲକ୍ଷ୍ମୀଧର କୁ ଅସ୍ଥାୟୀ କର୍ମଚାରୀ ରୂପେ ରଖିବା ପାଇଁ ଲକ୍ଷ୍ମୀଧର ଠାରୁ ୩୫ ହଜାର ଟଙ୍କା ନେଇଥିଲେ, ପରେ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଲକ୍ଷ୍ମୀଧର ନିକଟରୁ ୪୦ ହଜାର ଟଙ୍କା ନେଇଥିଲେ । କିନ୍ତୁ ଆର.ଟି.ଓ ସ୍ଥାୟୀ ନିଯୁକ୍ତି କରେଇନପାରିବାରୁ ଲକ୍ଷ୍ମୀଧର ଓ ତା ପରିବାର ଆର.ଟି.ଓ ଙ୍କ ପାଖକୁ ଯାଇ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ। ଏହି ସମୟରେ ଆର.ଟି.ଓ ଓ ଲକ୍ଷ୍ମୀଧର ମଧ୍ୟରେ ବାକ ଯୁକ୍ତି ହୋଇଥିଲା ଏହି ସବୁ ଘଟଣା କ୍ରମକୁ ଲକ୍ଷ୍ମୀଧର ନିଜ ମୋବାଇଲ ରେ ସୁଟିଙ୍ଗ କରିଥିଲେ। ଏହି ଭିଡିଓ କ୍ଳିପକୁ ନବରଙ୍ଗପୁର ର ଯୁବ ଆଇନଜୀବୀ ଇମରାନ ସରିଫ ତାଙ୍କ ଫେସବୁକରେ ଅପଲୋଡ କରି ଭାଇରାଲ କରି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.